Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବୀରମହାରାଜପୁର ପଞ୍ଚାୟତ ସମିତି ରୁ ସୂଚନା ଅଧିକାର ରେ ଲୋକେ ପାଇପାରୁ ନାହାନ୍ତି ତଥ୍ୟ

ବୀରମହାରାଜପୁର : (ସୌମିତ୍ରି ମେହେର)
ବୀରମହାରାଜପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ସୂଚନା ଅଧିକାର ଆଇନ ମତେ କୌଣସି ତଥ୍ୟ ପାଇଁ ଆବେଦନ କଲେ ସୂଚନା କର୍ମୀ ଙ୍କୁ ମିଳୁନାହିଁ ତଥ୍ୟ । ଏଠାରେ ସୂଚନା ଅଧିକାର ଆଇନ -୨୦୦୫ ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଛି । ଅଧିକାରୀ ଙ୍କ ମନୋମୁଖୀ କାର୍ଯ୍ୟ ଏବଂ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ଖାମ ଖିଆଲି ମନୋଭାବ ତଥା ନିୟନ୍ତ୍ରଣ ହୀନ କ୍ଷମତା ଯୋଗୁଁ ସୂଚନା କର୍ମୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେବା ସଙ୍ଗେ ସଙ୍ଗେ ଅଯଥା ଖର୍ଚ୍ଚାନ୍ତରେ ପଡୁଛନ୍ତି । ପ୍ରକାଶ ଥାଉକି ଉଫୁଲା ଗ୍ରାମ ପଞ୍ଚାୟତର ସାଧାରଣ ବଣ୍ଟନ ବ୍ୟବସ୍ଥାର ଏକ ତଥ୍ୟ ପାଇବାକୁ ଏହି ପଞ୍ଚାୟତ ଅନ୍ତର୍ଗତ ଦନ୍ତାପାଲି ଗ୍ରାମର ଦ୍ବିତୀକୃଷ୍ଣ ପଣ୍ଡା ନାମକ ଜୈନିକ ବରିଷ୍ଠ ଅବସର ପ୍ରାପ୍ତ କର୍ମଚାରୀ ସୂଚନା ଅଧିକାର ଆଇନ ୨୦୦୫ ମତେ ସୂଚନା ପ୍ରାପ୍ତି ନିମନ୍ତେ ନିର୍ଦ୍ଧାରିତ ଫର୍ମ -କ’ ରେ ଲୋକ ସୂଚନା ଅଧିକାରୀ , ପଞ୍ଚାୟତ ସମିତି , ବୀରମହାରାଜପୁର ଙ୍କ ଠାରେ ୦୭ ଜାନୁଆରୀ ୨୦୨୫ ରେ ଆବେଦନ କରିଥିଲେ ।ଆବେଦନ ପ୍ରାପ୍ତି ପରେ ବ୍ଲକ୍ ଲୋକ ସୂଚନା ଅଧିକାରୀ ଉକ୍ତ ଆବେଦନ ଫର୍ମ କୁ କାର୍ଯ୍ୟାଳୟ ଚିଠି ନଂ-୦୬, ତା ୦୭-୦୧-୨୦୨୫ ମତେ ଉଫୁଲା ଗ୍ରାମ ପଞ୍ଚାୟତର ଲୋକ ସୂଚନା ଅଧିକାରୀଙ୍କ ନିକଟକୁ ତଥ୍ୟ ପ୍ରଦାନ ପାଇଁ ପଠାଇ ପରିପତ୍ର ସଂଖ୍ୟା-୦୭ ତା ୦୭-୦୧-୨୦୨୫ ମତେ ଗ୍ରାପ ର ସୂଚନା ଅଧିକାରୀ ଙ୍କ ନିକଟରେ ଯୋଗାଯୋଗ ରଖିବାକୁ ସୂଚନା କର୍ମୀଙ୍କୁ ପରାମର୍ଶ ଦେଲେ । ମାତ୍ର ଅଧିକାଂଶ ସମୟରେ କାର୍ଯ୍ୟାଳୟ ବନ୍ଦ ରହୁଥିବାରୁ ସୂଚନା ଅଧିକାରୀ ଙ୍କ ଠାରେ ଯୋଗାଯୋଗ ହୋଇ ପାରିଲା ନାହିଁ କିମ୍ବା କାର୍ଯ୍ୟାଳୟ ସୂତ୍ରରୁ ସୂଚନା ପ୍ରାପ୍ତି ନିମନ୍ତେ ଆବଶ୍ୟକ ଅର୍ଥ ଜମା କରିବାକୁ କୌଣସି ପତ୍ରାଳାପ କରାଗଲା ନାହିଁ। ଇତ୍ୟବସରରେ ଏକମାସ ବିତି ଯାଇଥିଲେ ମଧ୍ୟ ତଥ୍ୟ ପ୍ରଦାନର କୌଣସି ଆଭାସ ନ ମିଳିବାରୁ ସୂଚନା କର୍ମୀ ବାଧ୍ୟହୋଇ ପ୍ରଥମ ଅପିଲ କର୍ତ୍ତୃପକ୍ଷ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବୀରମହାରାଜପୁର ଙ୍କୁ ଫର୍ମ ନଂ’ ଘ’ ରେ ଆବଶ୍ୟକୀୟ କୋଟ୍‌ଫିଜ୍ ଦେଇ ତା ୧୯-୦୨-୨୦୨୫ରେ ଅପିଲ୍ କରିଥିଲେ । ଇତି ମଧ୍ୟରେ ଅପିଲ୍ କରିବାର ୧୩ ଦିନ ବିତି ଯାଇଥିଲେ ମଧ୍ୟ ପ୍ରଥମ ଅପିଲ୍ କର୍ତ୍ତୃପକ୍ଷଙ୍କ ନୀରବତା ତାଙ୍କ ଅପାରଗତା ତଥା ଅସହାୟତାକୁ ସୂଚୀତ କରୁଅଛି । ପୁନଃ ପ୍ରକାଶ ଥାଉକି ଏ ସଂକ୍ରାନ୍ତୀୟ ଅନ୍ୟ ଏକ ସୂଚନା ପାଇଁ ଲୋକ ସୂଚନା ଅଧିକାରୀ, ପଞ୍ଚାୟତ ସମିତି କାର୍ଯ୍ୟାଳୟ ବୀରମହାରାଜପୁର ଙ୍କ ଠାରେ ତା ୧୯-୦୨-୨୦୨୫ ମତେ ଆବେଦନ କରା ଯାଇଛି, ମାତ୍ର ଫଳ ଶୂନ୍ୟ। ନିୟମାନୁସାରେ ୧୫ ଦିନ ମଧ୍ୟରେ ସୂଚନା ପାଇଁ ଆବଶ୍ୟକ ଅର୍ଥ ଜମା ଦେବାକୁ ଅବଗତ କରାଇବା କଥା , କିନ୍ତୁ ଅଧିକାରୀଙ୍କ ନୀରବତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।