ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଚମ୍ପାମାଳ ଗ୍ରାମ ପଞ୍ଚାୟତ ର ନୂତନ କାର୍ଯ୍ୟାଳୟ ଗୃହ ଉଦ୍ଘାଟିତ ହୋଇଯାଇଛି। ରାଜ୍ୟ ସରକାର ଙ୍କ ପଂଚାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହ ଦେଓ , ଜିଲ୍ଲାପାଲ ଆନ୍ୟା ଦାସ ଓ ଚମ୍ପାମାଳ ସରପଞ୍ଚ ମହେନ୍ଦ୍ର ଜଗଦଲା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସୂଚନା ଅନୁସାରେ ଦୀର୍ଘ ଦିନ ହେଲା ଚମ୍ପାମାଳ ପଞ୍ଚାୟତ ର ମାନ୍ୟତା ପାଇ ଥିଲେ ମଧ୍ୟ ନିଜର କୌଣସି ସ୍ଥାୟୀ କୋଠାଘର ନ ଥିଲା। ଫଳରେ ପଞ୍ଚାୟତର ଲୋକେ ଅନେକ ସମସ୍ୟାର ସମ୍ମୁଖିନ ହେଉଥିଲେ। ଏବେ ନୂତନ ପଞ୍ଚାୟତ କାର୍ଯ୍ୟଳୟ ଉଦ୍ଘାଟନ ପରେ ସ୍ଥାନୀୟ ଲୋକେ ବେଶ୍ ଖୁସି ଅନୁଭବ କରୁଛନ୍ତି।
ଚମ୍ପା ମାଳ ପଞ୍ଚାୟତ ର ନବ ନିର୍ମିତ କାର୍ଯ୍ୟାଳୟ ଗୃହ ଉଦଘାଟିତ
