Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଞ୍ଜେଇ ସହ ବୋଲେରୋ ଜବତ: ଗାଡି ଛାଡି ମାଫିଆ ଫେରାର

ବାଲିଗୁଡା, ତା, ୦୫/୦୩:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ସରାମୁଳି ପଞ୍ଚାୟତ ତର୍ଗାବାଲି ଗ୍ରାମରୁ ବାହାର ଅଞ୍ଚଳକୁ ଗଞ୍ଜେଇ ଚୋରା ଚାଲାଣ ପୂର୍ବରୁ ମାଡ଼ିବସିଲା ପୋଲିସ l ପୋଲିସ ଆସୁଥିବା ବିଷୟ କୌଣସି ସୂତ୍ରରୁ ଖବର ପାଇ ଗଞ୍ଜେଇ ଚୋରାଚାଲାଣ କରିବାକୁ ଉଦ୍ୟମ ବେଳେ ଗଞ୍ଜେଇ ଭର୍ତ୍ତି ବୋଲେରୋ ଗାଡିକୁ ଛାଡି ଚମ୍ପଟ ମାରିଛନ୍ତି ଦୁର୍ବୁତ୍ତ। ବ୍ରାହ୍ମଣୀଗାଁ ପୋଲିସ ଉକ୍ତ ବୋଲେରୋକୁ ଥାନାକୁ ଆଣି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଯାଞ୍ଚବେଳେ ସେଥିରୁ ୩୯୦ କେଜି ଗଞ୍ଜେଇ ଥିବା ବିଷୟ ଏସଆଇ ଅମରେନ୍ଦ୍ର ସୁବୁଦ୍ଧି ପ୍ରକାଶ କରିଛନ୍ତି। ପ୍ରକାଶ ଯେ ଉକ୍ତ ଅଞ୍ଚଳରେ ଏକ ଧଳା ରଙ୍ଗର ବୋଲେରୋ ଗାଡି ନଂ. ଓଡି-୦୭-ଡି-୮୭୭୩ ଉକ୍ତ ଅଞ୍ଚଳକୁ ଗଞ୍ଜେଇ ନେବାକୁ ଆସିଥିବା ବିଷୟ କୌଣସି ସୂତ୍ରରୁ ପୋଲିସ ସୂଚନା ପାଇ ସଦଳବଳ ସେଠାରେ ପହଞ୍ଚିଥିଲା। ତେବେ ଏହି ସମୟରେ ପୋଲିସ ପହଞ୍ଚିବା ଖବର ପାଇ ଗାଡି ଛାଡି ଚମ୍ପଟ ମାରିଥିଲେ ଦୁର୍ବୁତ୍ତ। ଏନେଇ ଥାନାରେ କେଶ ନଂ.୨୪ /୨୫ ପ୍ରକାରେ ଏକ ମାମଲା ରୁଜୁ କରି ତଦନ୍ତ ଅବ୍ୟାହତ ରଖିଥିବା ବିଷୟ ପୋଲିସ ପ୍ରକାଶ କରିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ