ଆଜିର କିଶୋରୀ ହିଁ ଆଗାମି ପିଢୀର ପ୍ରକୃତ ଜନ୍ମଦାତ୍ରୀ


ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଜଉଁରାଭଉଁରା ଗ୍ରାମ ପଞ୍ଚାୟତ ମଧ୍ୟରେ ଥିବା ୧୪ଟି ଯାକ କେନ୍ଦ୍ରର ଶତାଧିକ ବାଳିକା ମାନଙ୍କୁ ନେଇ ଏକ କିଶୋରୀ ମେଳା ଜଉଁରା ଭଉଁରା କେନ୍ଦ୍ରରେ ଅନୁଷ୍ଠିତ ହୋଯାଇଅଛି । ସୁପରଭାଇଜର ମମତା କୁମ୍ଭାରଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଏଇ ମେଳାରେ ମୁଖ୍ୟ ଅତିଥି ଭାବରେ ସଂସ୍କୃତି ଗବେଷକ ଡକ୍ଟର ଅନିରୁଦ୍ଧ କୁରୁକୁରିଆ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରି ଥିଲେ l ତାଙ୍କ ବକ୍ତବ୍ୟରେ ଆଜିର କିଶୋରୀ କିଭଳି ଅlଗାମୀ ପୀଢ଼ିର ଜନ୍ମଦାତ୍ରୀ ହୋଇ ଦେଶ ଓ ଜାତିକୁ ଗଢିବେ ସେ ସଂପର୍କରେ ଆଲୋକପାତ୍ କରିଥିଲେ। ସମ୍ମାନିତ ଅତିଥି ଭାବରେ ଶିକ୍ଷାବିତ୍ ସ୍ଵାଧୀନ ପ୍ରଧାନ , ପୁରନ୍ଦର ମେହେର , ଆଶିଷ କୁମାର୍ ପର୍ଡିଆ ଯୋଗଦେଇ ନାରୀ ସଶକ୍ତିକରଣ ଉପରେ ଅଭିଭାଷଣ ରଖିଥିଲେ । ଢେଲେଇର କର୍ମୀ ସଂଧ୍ୟାରାଣୀ ତ୍ରିପାଠୀ ସଭା ସଂଯୋଜନା କରିଥିବା ବେଳେ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ ସୁଜାତା ଦେହୁରୀ । ପରେ ଅନୁଷ୍ଠିତ ଚିତ୍ରାଙ୍କନ , ବକ୍ତୃତା ଓ କୁଇଜ୍ ଆଦି ପ୍ରତିଯୋଗିତାରେ ପାୟଲ ଭୋଇ , ଦୀପାଞ୍ଜଳି ମହାନନ୍ଦ , ଶର୍ମିଷ୍ଠା ବାଘ ରେଶ୍ମା ଲୁହା , ମମତା ସିଂ , ବିଶି ବବଲି କୁମ୍ଭାର , ଅମ୍ରିତା ମୁଣ୍ଡା ପ୍ରମୂଖ କିଶୋରୀମାନେ ବିଜୟୀ ହୋଇ ପ୍ରମାଣପତ୍ର ଓ ଟ୍ରଫି ହାସଲ କରିଥିଲେ । ଏଇ ଅବସରରେ ଏକ ପୁଷ୍ଟିକର ଖାଦ୍ୟମେଳା ମଧ୍ୟ ପ୍ରଦର୍ଶିତ ହୋଇଥିଲା । ଏଥିରେ ମହେନ୍ଦ୍ରୀ ଭୋଇ , ସତ୍ୟବତୀ ଭୋଇ , ଭାଗ୍ୟସିନି ଛନ୍ଦ, ରଶ୍ମିତା ଷlଣ୍ଢ , ସୁରଭି ଲାକ୍ରା , ଜୟନ୍ତୀ ପାତ୍ର , ମିନାକ୍ଷୀ ମୁଣ୍ଡା, ସତ୍ୟଭାମା ମହାକୁର , ସୁକାନ୍ତି ଟ ପ୍ନୋ , ସିଲ୍ମାନୀ ଜୋଜୋ , ଶୈଲ୍ୟ ଭୋଇ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ କମଳିନୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।