ବୀରମହାରାଜପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ବିଜୁ ଜନତା ଦଳ ପକ୍ଷରୁ ପ୍ରତିବାଦ ସଭା


ବୀରମହାରାଜପୁର (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ବିଜୁଜନତା ଦଳ ନେତା ଓ କର୍ମୀ ମାନେ ଏକ ପ୍ରତିବାଦ ସଭା କରି ରାଜ୍ୟପାଳ ଙ୍କୁ ଏକ ଦାବିପତ୍ର ଦେଇଥିଲେ l ଏହି ପ୍ରତିବାଦ ସଭାରେ ବିଜୁ ଯୁବ ଜନତା ଦଳ ସଭାପତି ତଥା ଭାଇସ ଚେୟାରମ୍ୟାନ ନାରାୟଣ ଲୁହା ଙ୍କ ନେତୃତ୍ୱ ରେ ହୋଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି କିଶୋର ହୋତା , ଧିରେନ ପଣ୍ଡା , ଶୈଳ ରଞ୍ଜନ ବାଦୀ , ସମିତି ସଭ୍ୟ ଲକ୍ଷ୍ମୀ ନାରାୟଣ ପଣ୍ଡା , ବିନୋବା ନନ୍ଦ ପଧାନ , ଶେଷଦେବ ବାରିକ , ତ୍ରିପୁରାରି ବେହେରା, ନିରୋଦ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ l ମାର୍ଚ୍ଚ 5ତାରିଖ କୁ ଏପ୍ରିଲ 24ତାରିଖ କୁ ଘୁଞ୍ଚାଇ ଥିଲେ ରାଜ୍ୟସରକାର ଯାହା ଫଳରେ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟସlର ପ୍ରତିବାଦ ସଭା ଆୟୋଜନ କରାଯାଇଛି l ଏହି ପ୍ରତିବାଦ ସଭାରେ ଦଳୀୟ ନେତା କର୍ମୀ ମାନେ ରାଜ୍ୟ ସରକାର ଙ୍କୁ ବିଭିନ୍ନ ପ୍ରକାର ସମାଲୋଚନା କରିଥିଲେ l