Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସୁଚରିତା ପାଣିଗ୍ରାହୀ ବୀରମହାରାଜପୁର ତହସିଲଦାର ଭାବେ ଯୋଗଦାନ

ବୀରମହାରାଜପୁର (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲଦାର ଭାବରେ 2021 ବ୍ୟ।ଚର ଓଏଏସ୍ ଅଫିସର ସୁଚିସ୍ମିତା ପାଣିଗ୍ରାହୀ ଗୁରୁବାର ଦିନ ଯୋଗଦାନ୍ କରିଛନ୍ତି । ଯୋଗଦାନ କରିବାପରେ ପ୍ରଥମେ ଷ୍ଟାଫ୍ ମିଟିଂ ଡାକି ରାଜସ୍ବ ବିଭାଗର ସମସ୍ତ ସରକାରୀ କାର୍ଯ୍ୟ କିଭଳି ଭାବରେ ହୋଇପାରିବ ତା ଉପରେ ଆଲୋଚନା କରିଥିଲେ । ଏହା ସହିତ ବେଆଇନ ସରକାରୀ ଜମି ଜବରଦଖଲ ଉଚ୍ଛେଦ , ଗରିବ ଭୂମିହୀନ ପରିବାରକୁ ବସୁନ୍ଧରା ଯୋଜନା ଜମି ଯୋଗଦେବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟ ସୁଚାରୁ ରୁପେ ପରିଚାଳନା ଓ ରାଜସ୍ୱ ଆଦାୟ ଉପରେ ଗୁରୁତ୍ବ ଦେବି ବୋଲି କହିଛନ୍ତି । ଏଠାରେ ଥିବା ତହସିଲଦାର ପୁନମ୍ ମହାପାତ୍ର ଚିଲିକା ତହସିଲଦାର ଭାବରେ ବଦଳି ହୋଇଥିଲା , ଯା ଫଳରେ ବୀରମହାରାଜପୁର ବିଡ଼ିଓ ରାଜୀବ ହାଁସଦା ସହସିଲଦାର ଭାବରେ ଅତିରିକ୍ତ ଦାୟିତ୍ବ ତୁଲାଉଥିଲେ ।