Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓ୍ବାର୍ଲ୍ଡ ବୁକ୍ ଅଫ୍ ରେକର୍ଡ ଅଧିକାରୀ ଚାରି ବର୍ଷର ଆଦଭିକ୍

ବାଲିଗୁଡ଼ା: ତା, ୦୭/୦୩:(ସଞ୍ଜୟ କୁମାର ପାଣିଗ୍ରାହୀ): ଓ୍ବାର୍ଲ୍ଡ ବୁକ୍ ଅଫ୍ ରେକର୍ଡ ରେ ଚାରି ବର୍ଷର ଶିଶୁ ଆଦଭିକ୍ ପାଢ଼ୀ । ଫଟାଫଟ୍ ସବୁ ପ୍ରଶ୍ନର ଉତ୍ତର ଦେଉଛନ୍ତି ଏହି କୁନି ବିସ୍ମୟ ବାଳକ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ଭଗାମୁଣ୍ଡା ସାହିର ଅମୁଲ୍ୟ ପାଢ଼ୀ ଓ ପ୍ରିୟଙ୍କା ପାଢ଼ୀ ଙ୍କ ସୁପୁତ୍ର ଆଦଭିକ୍ ପାଢ଼ୀ । ସେ ବାଲିଗୁଡ଼ା ସ୍ଥିତ ସାଇ ପ୍ରଭୁଜୀ ଗ୍ଲୋବାଲ ସ୍କୁଲରେ ନର୍ସରୀ ଶ୍ରେଣୀରେ ପାଠ ପଢୁଛନ୍ତି । ଆଦଭିକ୍ ୧ ମିନିଟ୍ ୪୩ ସେକେଣ୍ଡରେ ଫଟାଫଟ୍ ୧୦୦ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ଏହି ସଫଳତା ହାସଲ କରିଛନ୍ତି । ପୁର୍ବରୁ ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ମଧ୍ୟ ନିଜକୁ ସ୍ଥାନିତ କରିଥିଲେ । ବିସ୍ମୟ କୁନି ବାଳକ ଆଦଭିକକୂ ସବୁଆଡୁ ପ୍ରଶଂସାର ସୂଅ ଛୁଟୁଛି । ସାଇ ପ୍ରଭୁଜୀ ଗ୍ଲୋବାଲ ସ୍କୁଲରେ ଆଦିଭିକ୍ ଏବଂ ତାଙ୍କ ପିତା ମାତାଙ୍କୁ ବିଦ୍ୟାଳୟ କର୍ତ୍ତୁପକ୍ଷ ଓ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି । ସେପଟେ ପୁଅର ଏଭଳି ଟାଲେଣ୍ଟ ଏବଂ ସଫଳତାକୁ ନେଇ ବାପା ମା ବେସ୍ ଖୁସି ଥିବା ବେଳେ ଆଗକୁ ଆଦଭିକ୍ ଯେଭଳି ଅଧିକ ସଫଳତା ହାସଲ କରିବ ଏବଂ ବାଲିଗୁଡ଼ା ସମେତ କନ୍ଧମାଳ ଜିଲ୍ଲାର ନାଁ ରଖିବ ସେନେଇ ଆମେ ଚେଷ୍ଟିତ ବୋଲି କହିଛନ୍ତି ଆଦଭିକ୍ ଙ୍କ ମା ପ୍ରିୟଙ୍କା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ