Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅମରପାଲି ଗ୍ରାମ ଶତାୟୁ ,ଧର୍ମ ପାରାୟଣ ବୃଦ୍ଧା ତୁଳା ସାହୁ ଙ୍କ ପରଲୋକ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ଗ୍ରାମର ଶତାୟୁ ବୃଦ୍ଧା ତୁଳା ସାହୁ ଙ୍କ ଗତ ଶନିବାର ରାତ୍ରୀ ୮.୩୦ ଘଣ୍ଟା ସମୟରେ ନିଜ ଘରେ ପରଲୋକ ହୋଇଯାଇଛି । ମୃତକ ଜଣକ ସାମ୍ବାଦିକ ପୀତାମ୍ବର ସାହୁ ଙ୍କ ଆଈ ଅଟନ୍ତି। ସେ କିଛି ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ସେ ଜଣେ ଧର୍ମ ପାରାୟଣl ଓ ପରୋପକାରୀ ବ୍ୟକ୍ତି ଥିଲେ। ସେ ଅନେକ ବ୍ୟକ୍ତି ଙ୍କୁ ଜୀବନକାଳ ମଧ୍ୟରେ ସାହାଯ୍ୟ ସହଯୋଗ କରିଥିଲେ। ସେ ଗ୍ରାମର ମନ୍ଦିର କୁ ଜମି ଦାନ କରିବା ସହିତ ଆହୁରି କେତେକ ଅସହାୟ ବ୍ୟକ୍ତି ଙ୍କୁ ଘର ତିଆରି କରିବା ପାଇଁ ଜମି ଦାନ କରିଥିଲେ। ତାଙ୍କ ମୃତ୍ୟୁ ଖବର ପାଇଁ ଅଞ୍ଚଳର ବ୍ୟକ୍ତି ବିଶେଷ ତାଙ୍କର ଶେଷ ଦର୍ଶନ କରିଥିଲେ। ସ୍ଥାନୀୟ ବରକଟା ପୋଖରୀ ନିକଟରେ ତାଙ୍କର ଅନ୍ତିମ ସଂସ୍କାର ହୋଇଥିଲା । ତାଙ୍କର ନାତି ପୀତାମ୍ବର ସାହୁ ମୁଖଗ୍ନି ଦେଇଥିଲେ। ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳାଇ ଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ