ଲୁଚାବନ୍ଧ ରେ ଦୋଳଯାତ୍ରା ଉପଲକ୍ଷେ କଂସ ଦରବାର ଉଦଘାଟିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅଧିନସ୍ଥ ହିଲୁଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲୁଚାବନ୍ଧ ଠାରେ ଦୋଳଯାତ୍ରା ଉପଲକ୍ଷେ ଧନୁଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ରେ ସଭାପତି ବିକାଶ କଳତା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ପୋଲିସ ଅଧିକାରୀ ହେମନ୍ତ ରାଓ ବୀରାମହରାଜପୁର ଉପସ୍ଥିତ ରହି ଫିତା କାଟି ଉଦଘାଟନ କରିଥିଲେ I ସମ୍ମାନିତ ଅତିଥି ଭାବେ ସମାଜସେବୀ ଶିବ ଶତପଥି ଅଂଶ ଗ୍ରହଣ କରି ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ଆଗାମୀ ସାତଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ନାମ ସଂକୀର୍ତନ , ସୁନ୍ଦରକାଣ୍ଡ , ଅନ୍ନଛତ୍ର କାର୍ଯ୍ୟକ୍ରମ ଗୁଡିକୁ ଅନୁଷ୍ଠିତ ହେବ l କମିଟି ର ସମସ୍ତ କାର୍ଯ୍ୟକର୍ତା ଓ ଗ୍ରାମବାସୀ ସହଯୋଗ କରିଥିଲେ l