ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଇରମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସୋମବାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ କାର୍ଯ୍ଯକ୍ରମରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କରୁଣା କର ବିଶି ସଭାପତିତ୍ୱ କରିଥିଲେ I ଅବସର ପ୍ରାପ୍ତ ଶିକ୍ଷକ ନାରାୟଣ ଦେହୁରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛlତ୍ର ଛାତ୍ରୀ ଙ୍କ ପ୍ରଗତି ଉପରେ ଆଲୋକପାତ କରିଥିଲେ I ସମ୍ମାନୀତ ଅତିଥି ଭାବରେ ଅବସର ପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର ବିଶି , ଆଞ୍ଚଳିକ ସାଧନ କେନ୍ଦ୍ର ର ସଂଯୋଜକ ବିନୟ ବିଶ୍ୱାଳ , ପଞ୍ଚ ସଖାଶିକ୍ଷା ସେତୁ ର ସଭାପତି ପ୍ରଦୀପ ପଧାନ ଓ ବିଦ୍ୟାଳୟ ର ପରିଚାଳନା କମିଟି ର ସଦସ୍ୟ ପ୍ରଭଞ୍ଜନ ପାତ୍ର ପ୍ରମୁଖ ଯୋଗଦେଇ କୁନି କୁନି ଛାତ୍ର ଛାତ୍ରୀଙ୍କ ଉଦେଶ୍ୟ ରେ ନିଜ ନିଜ ବାର୍ତ୍ତା ପ୍ରଦାନ କରିଥିଲେ I ଚଳିତ ବର୍ଷ ର କ୍ରୀଡା ପ୍ରତିଯୋଗିତା ରେ କୃତିତ୍ୱ ଲାଭ କରିଥିବା ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇ ଥିଲା I ସଭା ପରେ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା I ବିଦ୍ୟାଳୟ ର ସହକାରୀ ଶିକ୍ଷକ ଅଚ୍ୟୁତାନନ୍ଦ କୁରକୁରିଆ ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଚୈତନ୍ୟ ବେରିହା ଧନ୍ୟବାଦ ଅର୍ପଣ କରିଥିଲେ I ବିଦ୍ୟାଳୟ ର ସମସ୍ତ ଶିକ୍ଷକ କର୍ମଚାରୀ ଓ ପରିଚାଳନା କମିଟି ର ସମସ୍ତ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ l ସେହିପରି କେନଝିରିଆପାଲି କ୍ଲଷ୍ଟର ର ବଲିପାଲି , କଦଳୀପାଳି , ଅଚଣ୍ଡା ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା l
ଖଇର ମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ
