Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୁଚାବନ୍ଧ ଧନୁଯାତ୍ରା ମହୋତ୍ସବ ର ତୃତୀୟ ଦିବସ ରେ କୃଷ୍ଣ ଜନ୍ମ, ବାସୁଦେବ କୃଷ୍ଣ ଙ୍କୁ ନେଇ ନନ୍ଦ ଘରେ ପ୍ରବେଶ, ଶୂନ୍ୟ ବାଣୀ ଓ କଂସ ମର୍ମାହତ ଆଦି ଅଭିନିତ

ବୀରମହାରାଜପୁର : (ସୌମିତ୍ରି ମେହେର): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅଧିନସ୍ଥ ହିଲୁଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲୁଚାବନ୍ଧ ଦୋଳ ମଣ୍ଡପ ରେ ଅନୁଷ୍ଠିତ ହେଉଥିବା କଂସ ଦରବାର ର ତୃତୀୟ ଦିବସରେ ବହୁ ଦର୍ଶକ ଙ୍କ ଗହଳି ଲାଗି ରହି ଥିଲା l ମଙ୍ଗଳବାର ସଭାପତି ବିକାଶ କଳତା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଶିକ୍ଷ୍ୟାବିତ ପ୍ରଦୀପ କୁମାର ନାଏକ, ସମ୍ମାନିତ ଅତିଥି ଭାବେ ସ୍ବେଛାସେବୀ ଅକ୍ରୁର ନାଏକ, ବୁଲୁ ମେହେର ଅଂଶ ଗ୍ରହଣ କରି ବିଭିନ୍ନ ସାଂସ୍କୃତିକ ବାର୍ତା ପ୍ରଦାନ କରିଥିଲେ l କଂସ ମହାରାଜ ଙ୍କ ଦରବାରରେ କୃଷ୍ଣ ଜନ୍ମ ଓ ବସୁଦେବ କୃଷ୍ଣ ଙ୍କୁ ନେଇ ନନ୍ଦ ଘରେ ଛାଡିବା , ବିଜୁଳି କନ୍ୟା ଙ୍କ ଶୂନ୍ୟ ବାଣୀ , ଗୋପକୁ ପୁତନା ପ୍ରେରଣ , କଂସ ଚିନ୍ତିତ ଆଦି ପୌରାଣିକ କଥାବସ୍ତୁ ଉପରେ ପର୍ଯ୍ୟବେସିତ ନାଟକ ଅଭିନିତ ହୋଇଥିଲା l ଉକ୍ତ ରଙ୍ଗ ମଞ୍ଚରେ ବିିଭିନ୍ନ ଭୂମିକାରେ ତଖିଲ ବାଗ, ସାରଙ୍ଗ ବାଦୀ, ଶ୍ୟାମ ବାରିକ, ପୂର୍ଣଚନ୍ଦ୍ର ଦୀପ,ଅଭିନୟ କରୁଥିବା ବେଳେ, ମହା ମନ୍ତ୍ରୀ ଶୂକ୍ରାଜିତ କର୍ଣ୍ଣ ରଣl ଓ ସାଥି କଳାକାର ପାର୍ଶ୍ଵ ଅଭିନୟ କରୁଛନ୍ତି l ମଞ୍ଚ ପରିଚାଳନା କରିଥିଲେ ଅଭିମନ୍ୟୁ ବଗର୍ତ୍ତୀ ଓ ଲିଲୁ କଳତା l କାର୍ଯ୍ୟକ୍ରମ କୁ ପୀତlବଳୀ ଯାତ୍ରା କମିଟି ର ପ୍ରଶାନ୍ତ ମନହିରା, ଗୁବୁରୁ ଖେତୀ, ସୁମନ୍ତ ଶାଣ୍ଢ, ଶ୍ୟାମ ମହାକୁର, ଦୀପକ କଳତା, ଶେଷଦେବ ପାତ୍ର, ଅରୁଣ ପାତ୍ର, ବୈଶାଖୁ ସେଠି ପ୍ରମୁଖ ସହଯୋଗ କରିଥିଲେ l ମାନସ ଗାଇଗରିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ