ବୀରମହାରାଜପୁର ଫଗୁନପୁନୀ ଯାତ୍ରା ନାମଯଜ୍ଞ ର ସୁବର୍ଣ୍ଣ ଜୟନ୍ତୀ ପାଳନ ର ଦ୍ଵିତୀୟ ଦିବସ ସକାଳେ ନାମ ସଙ୍କୀର୍ତ୍ତନ ଆରମ୍ଭ ତଥା ଅଧିବାସ ପର୍ବ ଏବଂ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୁତିକ କାର୍ଯ୍ୟକ୍ରମ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ନାମଯଜ୍ଞ ମଣ୍ଡପରେ ଆଜି ପୁର୍ବାହ୍ନରେ ନାମ ସଙ୍କୀର୍ତ୍ତନ ଆରମ୍ଭ ତଥା ଅଧିବାସ ପର୍ବ ହୋଇଥିଲା I ଅପରାହ୍ଣରେ କଲ୍ୟାଣ ମଣ୍ଡପଠାରେ ଫଗୁଣ ପୁର୍ଣିମା ର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଦ୍ଵିତୀୟ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ଯକ୍ରମ ପରିବେଷଣ ହୋଇଥିଲା l ବୁଧବାର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପରିଷଦ ସଭ୍ୟ ଲବ କୁମାର ସାହୁ, ମୁଖ୍ୟ ବକ୍ତା ଭାବରେ ଉପଖଣ୍ଡ ପୋଲିସ ଅଧିକାରୀ ହେମନ୍ତ ରାଓ ଏବଂ ସମ୍ମାନିତ ଭାବରେ ଆଇନଜିବୀ ବିଷ୍ଣୁ ପଣ୍ଡା , ଆନନ୍ଦ ହୋତା , ସମିତି ସଭ୍ୟ ଶୈଳେନ୍ଦ୍ର ବାଦୀ ଯୋଗଦାନ କରିଥିଲେ l ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା କାର୍ଯ୍ୟକ୍ରମ ରେ ସଭାପତିତ୍ବ କରିଥିଲେ l ବରିଷ୍ଠ ସାମ୍ବାଦିକ ଯୁଗଳ ମିଶ୍ର ମଞ୍ଚ ପରିଚାଳନା କରୁଥିବା ବେଳେ ସାମ୍ବାଦିକ ରାଜେଶ କୁମାର ସେଠି , ନମିତା ହୋତା (ନିର୍ଦ୍ଦେଶିକା ସୋନପୁର ଟିଭି) ଏବଂ ଶେଷଦେବ ବାରିକ ଙ୍କୁ ଉପଢୌକନ ଏବଂ ସ୍ମୃତି ଫଳକ ଦେଇ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଦର୍ଶକ ଙ୍କ ମନୋରଞ୍ଜନ ସକାଶେ ଭଜନ ଏବଂ ସମ୍ବଲପୁରୀ ଲୋକ ନୃତ୍ୟ ଗୀତ ପରିବେଷଣ କରାଯାଇ ଥିବା ବେଳେ ହଜାର ହଜାର ଦର୍ଶକ ଙ୍କୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମନୋରଞ୍ଜନ ର ଖୋରାଗ ଯୋଗାଇଥିଲ l