Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଗୁହାଳ ପାଖରେ ବନ୍ଧୁକ କାରଖାନା: ୩୦ ବନ୍ଧୁକ ଜବତ, ୪ ଗିରଫ

କଟକ: କଟକରୁ ଠାବ ହେଲା ବେଆଇନ ବନ୍ଧୁକ କାରଖାନା । ବୟାଳିଶି ମୌଜାର ଏକ ଗୁହାଳ ନିକଟରୁ ଏହି ବେଆଇନ ବନ୍ଧୁକ କାରଖାନା ଠାବ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ । ଏଠାରୁ ୩୦ରୁ ଅଧିକ ବନ୍ଧୁକ ଜବତ କରାଯାଇଛି । ବେଆଇନ ବନ୍ଧୁକ କାରଖାନା କରିଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ । ଥାନାଠାରୁ ମାତ୍ର ୨ କିମି ଦୂର ଗାଁର ଶେଷ ମୁଣ୍ଡରେ ଏକ ଗୁହାଳ ପାଖରେ ଥିଲା ଏହି ବନ୍ଧୁକ ତିଆରି କାରଖାନା ।

ବେଆଇନ କାରଖାନା ସମ୍ପର୍କରେ କ୍ରାଇମବ୍ରାଞ୍ଚ ଏସଟିଏଫ କୌଣସି ସୂତ୍ରରୁ ଖବର ପାଇଥିଲା । ଆଜି ଭୋରରୁ କ୍ରାଇମବ୍ରାଞ୍ଚ ଏସଟିଏଫ ଏହି କାରଖାନା ଉପରେ ଚଢ଼ାଉ କରିଥିଲା । ଏକ ଚାଳ ଘର ଭିତରେ ଚାଲିଥିଲା ବନ୍ଧୁକ ତିଆରି । ଘଟଣା ସ୍ଥଳରୁ ବନ୍ଧୁକ ତିଆରି ମେସିନ, ସରଞ୍ଜାମ ଓ ବନ୍ଧୁକ ଜବତ ହୋଇଛି ।