ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ର ଶକ୍ତି କ୍ଲୁବ ର ପୁରସ୍କାର ବିତରଣୀ ଉତ୍ସବ ଆଜି ପାଳନ କରାଯାଇଛି l ଗୁରୁବାର ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ପୁରାତନ ଛାତ୍ର ସଂସଦ ର ସଦସ୍ୟ ତଥା ସି ଆର ସି ସି ନାରାୟଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶକ୍ତି ସଂଚୟ ର ଆବଶ୍ୟକତା ସମ୍ପର୍କ ରେ ଆଲୋଚନା କରିଥିଲେ l ଏହି ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା l ପୁରସ୍କାର ବିତରଣୀ ସଭାରେ ଜ୍ୟୋତିର୍ମୟୀ ବେହେରା ସହଯୋଗ କରିଥିବା ବେଳେ କ୍ଲୁବ ଇନ ଚାର୍ଜ ଜ୍ୟୋତିର୍ମୟୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l
ବୀରମହାରାଜପୁର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଶକ୍ତି କ୍ଲବ ର ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ
