କୋଟସମଲେଇ ସ୍ଥିତ ରଥ ଛକ ଠାରେ ଦୋଳ ପୂର୍ଣ୍ଣିମା ଅବସରରେ ଅଷ୍ଟ ପ୍ରହରୀ ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା


ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଅନ୍ତର୍ଗତ କୋଟସମଲାଇ ରଥ ଛକ ଠାରେ କୋଟସମଲାଇ ଗ୍ରାମବାସୀଙ୍କ ତତ୍ବବଧାନରେ ଫାଲଗୁନ ଦୋଳ ପୂର୍ଣ୍ଣିମା ଅବସରରେ ଅଷ୍ଟପ୍ରହରୀ ନାମଯଜ୍ଞ ହେବ । ସେ ନେଇ ଆଜି ଅପରାହ୍ନ ୪ଟାରେ କଳଶ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ଜଗନ୍ନାଥ ପୋଖରୀରୁ କଳଶ ବୁଡାଇ ପ୍ରାୟ ୧୦୦ ଜଣ କଳଶ ବୋହି ଶୋଭାଯାତ୍ରାରେ ବାହାରିଥିଲେ । ନାମ ସଂକିର୍ତନ , ଘଣ୍ଟ , ଶଙ୍ଖ , ହରିବୋଲ ହୁଳାହୁଳି ରେ ଗର୍ଜି ଉଠିଥିଲା ଗାଁ ପରିବେଶ । ଆସନ୍ତାକାଲି ୧୫ ତାରିଖରୁ ଅଷ୍ଟପ୍ରହରୀ ନାମଯଜ୍ଞ ଆରମ୍ଭ ହେବାକୁ ଥିବାବେଳେ 16 ତାରିଖ ଦିନ ନାମଯଜ୍ଞ ଶେଷ ତଥା ପୂର୍ଣ୍ଣାହୂତି ହେବ I ଶେଷରେ ଲେଣ୍ଡା ସଂକିର୍ତନ ମଣ୍ଡଳୀ ଓ ପୁଡାପାଲି ରାଧାମାଧବ ସଂକିର୍ତନ ମଧ୍ୟରେ ବୈଠକୀ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ସଙ୍ଗେ ସାମୁହିକ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇ ଥିବା କାର୍ଯ୍ୟକ୍ରମ ରହିଛି ।ଏହି ଅବସରରେ ଶହଶହ ଭକ୍ତଙ୍କ ସମାଗମ ହୋଇଥିଲା ।