ଉଲୁଣ୍ଡା : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ପ୍ରକୃତିପ୍ରେମୀ ସତ୍ୟଜିତ ଗଡୁଆଙ୍କ ଦ୍ୱାରା ପାଞ୍ଚ ଫୁଟର ଏକ ଅଜଗର ସାପ (Rock python ) ଉଦ୍ଧାର ହୋଇଛି l ସତ୍ୟଜିତ କୋଟସମଲାଇ ପଟରୁ ଘରକୁ ଫେରୁଥିବା ବେଳେ କୋଟସମଲେଇ ଗ୍ରାମ ନିକଟବର୍ତ୍ତୀ ପିଚୁ ରାସ୍ତା ଉପରେ ଏକ ୫ ଫୁଟ ଲମ୍ବର ଅଜଗର ସାପ ପଡି ରହିଥିଲା । ପିଚୁ ରାସ୍ତାରେ ସାପଟି ଯାଇପାରୁ ନଥିବା ବେଳେ ଅସୁରକ୍ଷିତ ଅବସ୍ଥାରେ ପଡିରହିଥିଲା l ସତ୍ୟଜିତ ଦେଖିବା ମାତ୍ରେ ସାପଟିକୁ ତାହାର ପ୍ରାକୃତିକ ବାସସ୍ଥଳୀ ପଟକୁ ଛାଡି ଦେଇଥିଲେ l ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ସରୀସୃପ ବନ୍ୟପ୍ରାଣୀ ସବୁ ଅସୁରକ୍ଷିତ ହୋଇଯାଉଥିବା ଦେଖିବାକୁ ମିଳୁଛି ବୋଲି ସତ୍ୟଜିତ ପ୍ରକାଶ କରିଛନ୍ତି l ପ୍ରକୃତିପ୍ରେମୀ ସତ୍ୟଜିତଙ୍କ ଏଭଳି କାର୍ଯ୍ୟକୁ ଜନ ସାଧାରଣରେ ପ୍ରଶଂସା କରାଯାଉଛି l
ପ୍ରକୃତି ପ୍ରେମୀ ସତ୍ୟଜିତ ଙ୍କ ଦ୍ଵାରା 5 ଫୁଟ ର ଅଜଗର ସାପ ଉଦ୍ଧାର
