ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ରଥଛକ ଠାରେ କୋଟସମଲାଇ ଗ୍ରାମବାସୀଙ୍କ ତତ୍ୱାବଧାନରେ ତିନି ଦିନ ଧରି ଚାଲିଥିବା ଫାଲଗୁନ ଦୋଳ ପୂର୍ଣ୍ଣିମା ଯାତ୍ରା ଉଦଯାପିତ ହୋଇଯାଇଛି । ୧୪ତାରିଖରେ କଳଶ ଶୋଭାଯାତ୍ରା , ୧୫ତାରିଖରୁ ଅଷ୍ଟପ୍ରହରୀ ନାମଯଜ୍ଞ ଚାଲିଥିବା ଆଜି ଶେଷ ହୋଇଯାଇଛି । ନାମଯଜ୍ଞ ଶେଷ ହେବା ପରେ ହୋମ , ଯଜ୍ଞ ଓ ନଗର ପରିକ୍ରମା ମହାସମାରୋହରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ପୂଜକ ଭାବେ ସୁରେଶ ନାୟକ ଓ କର୍ତ୍ତା ଭାବେ ଚମରା ଅମାତ ସପତ୍ନୀ କାର୍ଯ୍ୟ ତୁଳାଇଥିଲେ । ପୁଡାପାଲି ଓ ଲେଣ୍ଡା ମଧ୍ୟରେ ସଂକିର୍ତନ ବୈଠକି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପର୍ଶୁରାମ ବାରିକ , ବିରଞ୍ଚି ବାରିକ , ଜଗନ୍ନାଥ ଉଡାନ , ଭୁବନେଶ୍ଵର ବିଶି , ନିତ୍ୟାନନ୍ଦ ପଧାନ ପରିଚାଳନା କରିଥିବା ବେଳେ କଇରୁ ଉଡାନ , ଧୁବଳେଶ୍ଵର ଗୁରୁ , ତରଣୀ ବାରିକ , କିଶୋର ଅମାତ , ଘାସିରାମ ଅମାତ , ଶେଷଦେବ ବାରିକ , ପଦ୍ମନାଭ ବାରିକ ଆଦି ସହଯୋଗ କରିଥିଲେ । ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା ।
କୋଟସମଲାଇ ଫାଲଗୁନ ଦୋଳ ପୂର୍ଣ୍ଣିମା ଯାତ୍ରା ସଙ୍ଗେ ନାମଯଜ୍ଞ ଉଦଯାପିତ
