ବୀରମହାରାଜପୁର ରେ ହରିହର ଭେଟ ସହିତ ଫଗୁନପୁନି ଯାତ୍ରା ଉଦଯାପିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ର ପ୍ରସିଦ୍ଧ ଦୋଳ ପୁର୍ଣିମା ଯାତ୍ରା ହରିହର ଭେଟ ସମ୍ପନ୍ନ ହୋଇଯାଇଛି l ଚମ୍ପାମାଲ ର ଶ୍ରୀଶ୍ରୀ ଚମ୍ପେଶ୍ୱର ବାବା ପଞ୍ଚଦୋଳ ଯାତ୍ରା ମନ୍ଦିର ପରିସରରେ ଅନୁଷ୍ଠିତ ହେବା ପରେ ପୁର୍ଣିମା ଦିନ ପଞ୍ଜିକା ପଠନ କରି ଆଳତି ଭୋଗ ଲଗା ଯାଇଥାଏ l ମନ୍ଦିର ପରିସରରୁ ବାହାରି ଗ୍ରାମ ପରିକ୍ରମା କରିଛନ୍ତି l ବାଜା ରୋଷଣୀ, ମଙ୍ଗଳଖାନ୍ଦୀ ଛତି ଛତ୍ର, ବୈରଖ ଧରି ସୁସଜ୍ଜିତ ବିମାନ ରେ ଯାତ୍ରା ପଡିଆ କୁ ବାହାରି, ହଜାର ହଜାର ଦର୍ଶକ ଙ୍କୁ ଦର୍ଶନ କରିଥିଲେ l ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚମ୍ପାମାଳ ର ଚମ୍ପେଶ୍ଵର , କମଲପୁର ର ଗୁପ୍ତେଶ୍ୱର ବାବା , ଟିଠିପାଲି ର ରାମେଶ୍ୱର , (ହର) ଏବଂ ଷଣ୍ଢା , କୁମୁରସିଂହା , ବାଗବର ଚକାବର ର (ହରି) ଜଗନ୍ନାଥଙ୍କୁ ନିର୍ଦ୍ଧାରିତ ସମୟରେ ମେଳଣ ପଡିଆରେ ହରି ଓ ହର ଙ୍କ ଭେଟ ହୋଇଥିଲା l ଉକ୍ତ ସମୟରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଗହଳି ଲାଗିଥିଲା l ଚମ୍ପେଶ୍ୱର ଙ୍କ ପ୍ରତିନିଧି ଭାବରେ କିଶୋର ହୋତା ସମସ୍ତ ଦେବତା ଙ୍କୁ ଦିନବେଳା ନିମନ୍ତ୍ରଣ କରିଥିଲେ l ରାତ୍ର ଘ ୪. ୩0ମି ସମୟରେ ବରଣ କରିଥିଲେ l ଉକ୍ତ ବରଣ ସମୟରେ ମନ୍ଦିର ପୂଜକ ବିଦ୍ୟାଧର ଥନାପତି, ପ୍ରଦ୍ୟୁମ୍ନ ପୁରୋହିତ, କଳ୍ପ ସେଠି ଙ୍କ ସମେତ ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ l ଚଳିତ ବର୍ଷ ସକାଳ ୭. 00 ସମୟରେ ହରିହର ଭେଟ ସମ୍ପନ୍ନ ହୋଇଥିଲା l ପାଞ୍ଚ ଦିନ ଧରି ଉଭୟ ଚମ୍ପାମାଲ ଏବଂ ବୀରମହାରାଜପୁର ସ୍ଥିତ କଲ୍ୟାଣ ମଣ୍ଡପ ରେ ସଂସ୍କୃତିକ କାର୍ଯ୍ୟକ୍ରମ ଧୁମ ଧାମ ରେ ପାଳନ କରାଯାଇଥିଲା l ସେହିପରି ଦୋଳ ମଣ୍ଡପ ନିକଟସ୍ଥ ନାମଯଜ୍ଞ ମଣ୍ଡପରେ ଚବିଶ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି I ଜଗନ୍ନାଥ ମନ୍ଦିର ପରିସରରେ ମିନାବଜାର ହଜାର , ହଜାର ଲୋକ ଉପଭୋଗ କରିଥିଲେ l ପୁର୍ଣିମା ପରଦିନ ହରିହର ଭେଟ ସାଙ୍ଗକୁ ହୋଲି ଖେଳ ହୋଇଯାଇଛି l ବିଭିନ୍ନ ଯାତ୍ରା କମିଟି ପକ୍ଷରୁ ଦେବତା ମାନଙ୍କୁ ମେଳଣ ପଡିଆରେ ଭେଟ ପରେ ଦୋଳ ମଣ୍ଡପ କୁ ନିଆଯାଇ ପୂଜାର୍ଚନା ପରେ ମନ୍ଦିର କୁ ପ୍ରତ୍ୟାବର୍ତନ କରିଥିଲେ l ଚମ୍ପେଶ୍ୱର ମହାଦେବ ହିଲୁଙ୍ଗ ରେ ଥିବା ରାଜାଙ୍କ ପ୍ରତିନିଧି ଏବଂ ଗୌଡ଼ ଘର ପରିଦର୍ଶନ କରି ନିଜ ମନ୍ଦିର କୁ ପ୍ରତ୍ୟାବର୍ତନ କରିଥିଲେ l ଦୋଳପୁର୍ଣିମା ଭିଡ଼ କୁ ଦେଖି ପୋଲିସ ଓ ପ୍ରଶାସନ ନିୟୋଜିତ ହୋଇଥିବାର ଦେଖିବାକୁ ମିଳିଥିଲା l