ଦୁଇଦିନିଆ ପଞ୍ଚକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ


ବାଲିଗୁଡା, ତା, ୧୬/୦୩: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବିରିଙ୍ଗିଆ ଗ୍ରାମରେ ଗାୟତ୍ରୀ ପରିବାର ପକ୍ଷରୁ ଦୁଇ ଦିନିଆ ପଞ୍ଚକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ ହୋଇଯାଇଛି । ପ୍ରଥମ ଦିନରେ କଳସ ଯାତ୍ରା ରେ ଶତାଧିକ ମହିଳା ମାନେ ସ୍ଥାନୀୟ ନଦୀରୁ କଳସରେ ଜଳ ଆଣି ଯଜ୍ଞ ମଣ୍ଡପକୁ ଆଣିଥିଲେ ,ସନ୍ଧ୍ୟାରେ ୧୦୮ ଦୀପ ମହାଯଜ୍ଞ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ଦିବସ ରେ ପଞ୍ଚକୁଣ୍ଡୀୟ ଯଜ୍ଞ ,ପ୍ରବଚନ ,ଦୀକ୍ଷା ଗ୍ରହଣ ଓ ପୂର୍ଣ୍ଣାହୁତି ପରେ ପ୍ରସାଦ ସେବନ ର କାର୍ଯ୍ୟକ୍ରମ ରହିଥିଲା । ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ଶକ୍ତି ପୀଠର ବରିଷ୍ଠ ପରିଜନ ଉପସ୍ଥିତ ରହିଥିବା ବେଳେ ବାଲିଗୁଡା ର ବରିଷ୍ଠ ପରିଜନ ବିରୁପାକ୍ଷ ଦାସ, ଅଶୋକ ନାୟକ ,ଅନ୍ତର୍ଯ୍ୟାମି ବେହେରା ,ଗୋପାଳକୃଷ୍ଣ ପଟ୍ଟନାୟକ ,ଜଗନ୍ନାଥ ବେହେରା ,ଗାୟତ୍ରୀ ବେହେରା , ବିଜୟ ଗୌଡ, ନିବେଦିତା ନାୟକ, ସୁମତି ବେହେରା , ଯୁଧିଷ୍ଠିର ପାତ୍ର, ରମେନ୍ଦ୍ର ମାଝି ,ପାମା ମାଝିଙ୍କ ସମେତ ଶତାଧିକ ଆଦିବାସୀ ଭାଇ ଭଉଣୀ ଏହି ପଞ୍ଚକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ରେ ଭାଗ ନେଇ ଦୀକ୍ଷା ଗ୍ରହଣ କରିଥିଲେ । ବାଲିଗୁଡା ଶକ୍ତି ପୀଠର ପରିବ୍ରାଜକ ପ୍ରମୋଦ ବେହେରା ଉପସ୍ଥିତ ରହି କର୍ମ କାଣ୍ଡ ସଂଚାଳନ କରିଥିଲେ ।