ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ ହୋଲି ଦିନ ଗୁନିପଡା ଶୈଳ ରଞ୍ଜନ ସାହୁଙ୍କ ଏକ ହୋଣ୍ଡା ସାଇନ୍ ବାଇକ୍ ଚୋରୀ ହୋଇଥିଲା । ଏନେଇ ଶୈଳରଞ୍ଜନ ବୀରମହାରାଜପୁର ଥାନାରେ ତାଙ୍କ ବାଇକ୍ ଓଡି- ୩୧ଏଲ୍ ୧୮୮୦ ଚୋରି ହୋଇଥିବା ଅଭିଯୋଗ କରିଥିଲେ । ବୀରମହାରାଜପୁର ପୋଲିସ୍ ଏଏସ୍ ଆଇ ସନ୍ତୋଷ ଗୌଡଙ୍କ ନେତୃତ୍ୱରେ ଏକ ତଦନ୍ତ ଟିମ୍ ଗଠନ ହୋଇଥିଲା । ସିସିଟିଭି ଫୁଟେଜକୁ ଦେଖି ଦେବରାଜ ମହାକୁଡ଼ (୩୦) ନାମକ ଏକ ବ୍ୟକ୍ତିଙ୍କୁ ବାଘରତଏଲା ଗ୍ରାମରୁ ଗିରଫ୍ କରିବା ସହିତ ବାଇକ୍ ଜବତ୍ କରିଥିଲା ବୀରମହାରାଜପୁର ପୁଲିସ । ଥାନା କେସ୍ ନମ୍ବର ୫୨/୨୫ରେ ଏକ ମାମଲା ରୁଜ୍ଜୁ କରି ଦେବରାଜକୁ କୋର୍ଟ ଚାଲାଣ କରାଯାଇଛି । ଚୋରୀ ହେବାର ମାତ୍ର ଗୋଟିଏ ଦିନରେ ବାଇକ୍ ଉଦ୍ଧାର ହୋଇଥିବାରୁ ପୁଲିସ କୁ ଲୋକେ ପ୍ରଶଂସା କରୁଛନ୍ତି।
ହୋଲି ପର୍ବ ରେ ଚୋରି ହୋଣ୍ଡା ସାଇନ୍ ବାଇକ ଉଦ୍ଧାର କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ବୀରମହାରାଜପୁର ପୋଲିସ
