ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ ଚମ୍ପlମାଳ ସ୍ଥିତ ମଙ୍ଗଳା ଙ୍କ ଚଇତି ପର୍ବ ଚୈତ୍ର ପ୍ରଥମ ମଙ୍ଗଳବାର ଠାରୁ ଆରମ୍ଭ ହୋଇ ଯାଇଛି l ମାଁ ମଙ୍ଗଳା ମନ୍ଦିର ରେ ପୂଜାର୍ଚ୍ଚନା ପରେ ଗାଁ ଅଭିମୁଖେ ବାହାରିଥିଲେ l ପ୍ରଥମେ ବାବା ଚମ୍ପେଶ୍ୱର ଙ୍କ ଠାରେ ପୂଜାର୍ଚ୍ଚନା କରିସାରିବା ପରେ ଗାଁ ମୁଣ୍ଡରେ ଥିବା ପିପଲ ବୃକ୍ଷ ମୂଳରେ ବରୁଆ ମାଡି ମାନସିକ ମାନଙ୍କ ଗୁହାରୀ ଶୁଣିଥିଲେ l କିମ୍ବଦନ୍ତୀ ଅନୁସାରେ ଏକ ମାସ ଧରି ବିଭିନ୍ନ ସ୍ଥାନ ରେ ମା ମଙ୍ଗଳା ଙ୍କୁ ବୁଲାଇ ପୂଜା କରିବା ସହିତ ସୋନପୁର ରାଜା ଙ୍କ ରାଜବାଟୀ ରେ ପୂଜା କରିବାକୁ ପ୍ରତିବର୍ଷ ଯାଇଥାନ୍ତି l ଆଜି ଠାରୁ ନିଜ ଗ୍ରାମ ଚମ୍ପମାଲ ରେ ପୂଜା କାର୍ଯ୍ୟ ଆରମ୍ଭ ହେବାସହ ଚଇତି ପର୍ବ ସମ୍ପନ୍ନ ହୋଇ ଯାଇଛି l ଉକ୍ତ କାର୍ଯ୍ୟ ରେ ପୂଜକ ଅଖୋଜ ଜଗଦଲା , ଵୃଷବ ଜଗଦଲା , ରାଜୁ ଭୋଇ , ବାଦ୍ୟକାର ଉପେନ୍ଦ୍ର ନାଏକ, ପରଜା ନାଏକ , ପ୍ରହଲ୍ଲାଦ ନାଏକ ପ୍ରମୁଖ ସାମିଲ ହୋଇଥିଲେ l ଶହ, ଶହ ଶ୍ରଦ୍ଧାଳୁ ଭକ୍ତ ମାଁ ମଙ୍ଗଳା ଙ୍କ ଚଇତି ପର୍ବ ରେ ସାମିଲ ହୋଇ କରୁଣା ଲାଭ କରିଛନ୍ତି l
ବୀରମହାରାଜପୁର ଚମ୍ପାମାଳ ଗ୍ରାମ ମା ମଙ୍ଗଳାଙ୍କ ଚଇତି ପର୍ବ ମଙ୍ଗଳବାର ଠାରୁ ଆରମ୍ଭ
