Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିଗ୍ -୨୧ ବିମାନ ଦୁର୍ଘଟଣାଗ୍ରସ୍ତ; ୨ ମୃତ

ନୂଆଦିଲ୍ଲୀ: ସୋମବାର ସକାଳେ ରାଜସ୍ଥାନର ହନୁମାନଗଡ ନିକଟରେ ଭାରତୀୟ ବାୟୁସେନାର ମିଗ୍ -୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ସୁରତଗଡରୁ ଅବତରଣ କରୁଥିଲା। ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇ ଏକ ଘର ଉପରେ ପଡ଼ିଯାଇଥିଲା। ତେବେ ପାଇଲଟ ଜଣଙ୍କ ସୁରକ୍ଷିତ ଥିବା ସୂଚନା ମିଳିଛି । ହେଲିକ୍ୟାପ୍ଟରଟି ଏକ ଘର ଉପରେ ଖସିପଡିବାରୁ ଘରେ ଥିବା ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏହି ସମୟରେ ପାଇଲଟ୍ ପାରାଚ୍ୟୁଟ୍ ସାହାଯ୍ୟରେ ବିମାନରୁ ଡେଇଁ ନିଜ ଜୀବନ ରକ୍ଷା କରିଥିବା ଜଣାପଡିଛି।

ସୂଚନା ଅନୁଯାୟୀ ପାଇଲଟ୍‌ଙ୍କୁ ଏୟାରଲିଫ୍ଟ କରାଯାଇଛି। ପାଇଲଟଙ୍କ ପାଇଁ ବାୟୁସେନାର Mi 17 ପଠାଯାଇଥିବା ଜଣାପଡ଼ିଛି। ଯେଉଁ ଘର ଛାତରେ ମିଗ୍‌-୨୧ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଥିଲା ​​ସେଠାରେ ତିନିଜଣ ମହିଳା ଏବଂ ଜଣେ ପୁରୁଷ ଉପସ୍ଥିତ ଥିଲେ। ଏଥିମଧ୍ୟରୁ ଦୁଇଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ସ୍ଥାନାନ୍ତରଣ କରାଯାଇଥିବା ସୂଚନା ମିଳିଛି।


ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ