ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଉଫୁଲା ପଞ୍ଚାୟତ ଅନ୍ତର୍ଗତ ରଥପୁର ଛକ ଠାରେ ଏକ ବାଇକ୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତକ ଜଣକ ପଣ୍ଡାପାଲି ଗ୍ରାମର ପ୍ୟାରୀ ରାଜହଂସଙ୍କ ପୁତ୍ର ଅଚ୍ୟୁତାନନ୍ଦ ରାଜହଂସ ବୋଲି ଜଣାପଡିଛି । ମଙ୍ଗଳବାର ରାତିରେ ଏକ ବାଇକ୍ ଧକ୍କାରେ ସେ ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କ ମୁଣ୍ଡ ପଛ ପଟରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ରାତିରେ ବୁର୍ଲା ଡ଼ାକ୍ତରଖାନାକୁ ନେବା ସମୟରେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଅପର ପକ୍ଷରେ ତାଙ୍କୁ ଧକ୍କା ଦେଇଥିବା ଅମରପାଲି ଗ୍ରାମର ଆଲୋକ ନାଏକ ମଧ୍ୟ ଆହତ ହୋଇ ବୁର୍ଲା ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ଏ ନେଇ ପୁଲିସ ପକ୍ଷରୁ ଥାନାରେ ଏକ ମାମଲା (୫୩/୨୫) ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଜାରି ରହିଛି । ପୁଲିସ ପକ୍ଷରୁ ବୁଧବାର ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି l
ରଥପୁର ଛକ ବାଇକ ଦୁର୍ଘଟଣାରେ ଗୁରୁତର ଯୁବକ ର ମୃତ୍ଯୁ
