Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ମହୁଲ ଫୁଲ ବିକ୍ରିର ବଜାର ବ୍ୟବସ୍ଥା ନ ଥିବାରୁ ବହୁତ କମ ଦରରେ ବିକ୍ରି କରୁଛି ମହୁଲ ଗୋଟାଳି

ବୀରମହାରାଜପୁର : (ସୌମିତ୍ରି ମେହେର) : ଚୈତ୍ର ମାସ ଆଗମନରେ ମହୁଲ ଝଡିବା ଆରମ୍ଭ ହୋଇଯାଇଛି। ଏହାର ବାସ୍ନାରେ ମହକି ଯାଏ ବଣ ପାହାଡ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଉପାନ୍ତ ଅଂଚଳରେ ଏବେ ମହୁଲ ଫୁଲ ମହକରେ ମହକୁଛି।‌ ମହୁଲ ଫୁଲ ସଂଗ୍ରହ କରିବା ପାଇଁ ସକାଳୁ ସକାଳୁ ଆଖପାଖ ଗାଁର ମହିଳାମାନେ ମୁଣ୍ଡରେ ଟୋକେଇ ଧରି ନିଜ ପରିବାରର ସହ ମହୁଲ ଗଛ ନିକଟରେ ପାହାନ୍ତିଆରୁ ପହଞ୍ଚି ଯାଉଛନ୍ତି। ସେଠାରେ ଦିନ ଦ୍ୱିପହର ଯାଏ ଜଗି ରହିଥାନ୍ତି l ଏତେ କଷ୍ଟ ରେ ମହୁଲ ଫୁଲ ସଂଗ୍ରହ କରି ଆଣୁଥିଲେ ହେଁ ଉଚିତ ମୂଲ୍ୟ ମିଳୁନଥିବାରୁ ଗୋଟାଳି ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିକ୍ରି ପାଇଁ ବଜାର ‌ବ୍ୟବସ୍ଥା ନଥିବାରୁ ବହୁ ଅସୁବିଧାର ଭୋଗୁଛନ୍ତି। ଶେଷରେ ବାଧ୍ୟ ହୋଇ ଅତି କମ୍ ମୂଲ୍ୟରେ ଦଲାଲଙ୍କ ହତାରେ ଟେକି ଦେଉଛନ୍ତି।‌ ବ୍ଲକ ର ବିଭିନ୍ନ ଗ୍ରାମରେ ମହୁଲ ଫୁଲ ସଂଗ୍ରହ ଜୋରସୋରରେ ଚାଲିଛି। ତାକୁ ୫ ରୁ ୬ ଦିନ ଧରି ଟାଣ ଖରାରେ ସୁଖାଇବା ପରେ ବିକ୍ରି କିଭଳି କରାଯିବା ସେନେଇ ଚିନ୍ତା କରିଥାନ୍ତି।‌ତେବେ କୈାଣସି ବଜାର ବ୍ୟବସ୍ଥା ନଥିବାରୁ ଶେଷରେ ସ୍ଥାନୀୟ ଅଞ୍ଚଳରେ ଅଞ୍ଚଳର କିଛି ସାହୁକାର ଓ ମଦଭାଟି କର୍ମଚାରୀ ଙ୍କ ନିକଟରେ ଅତି କମ୍ ଦରରେ ବିକ୍ରି କରିଦେଇ ଥାନ୍ତି । କିଲୋ ପିଛା ୧୫ ରୁ ୨୦ ଟଙ୍କା ରେ ସେମାନେ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ତେବେ ପରିଶ୍ରମ ତୁଳନାରେ ଏହା ଯଥେଷ୍ଟ କମ୍ ହେଉଥିବାରୁ ସରକାରୀ ଭାବେ ବିକ୍ରି ବ୍ୟବସ୍ଥା କରିବାକୁ ସେମାନେ ଦାବି କରୁଛନ୍ତି। ଅନ୍ୟ ପକ୍ଷରେ ପ୍ରତି ପଞ୍ଚାୟତର‌ ପ୍ରସାଶନ ପକ୍ଷରୁ ଲଘୁ ବନଜାତ ଦ୍ରବ୍ୟ ମହୁଲ ଫୁଲ କ୍ରୟ କରିବା ପାଇଁ ୨୦୦୨ ରେ ଗ୍ରାମ ପଞ୍ଚାୟତ କୁ ଦର ଧାର୍ଯ୍ୟ ପାଇଁ କ୍ଷମତା ଦିଆଯାଇଛି। ଆଉ ଲାଇସେନ୍ସ ପ୍ରାପ୍ତ ବ୍ୟକ୍ତି ପଞ୍ଚାୟତ ମହୁଲ କ୍ରୟ କରିବାର ନିୟମ କରାଯାଇଛି। ହେଲେ ସରକାରୀ ନିୟମ ସମ୍ପର୍କରେ ଏମାନେ ଜାଣି ନ ଥିବାରୁ ଦଲାଲ କୁ କମ୍ ମୂଲ୍ୟରେ ବିକ୍ରି କରି ମାଲେମାଲ ହେଉଛନ୍ତି । ଏଥିପାଇଁ ପଞ୍ଚାୟତ ସ୍ତରରେ ବ୍ୟବସ୍ଥା କରାଗଲେ ଗୋଟାଲି ମାନେ ଲାଭବାନ ହୋଇ ପାରିବେ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି I