ହରିହର ଯୋର ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନ ଆରୋଗ୍ୟ ସମିତି ଗଠିତ ହୋଇ ନ ଥିବା ଅଭିଯୋଗ ହୁଏ


ବୀରମହାରାଜପୁର : (ସୌମିତ୍ରି ମେହେର) କେନ୍ଦ୍ର ସରକାରଙ୍କ ବହୁ ପ୍ରତିକ୍ଷୀତ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ଆସନ୍ତା ଏପ୍ରିଲ ୧ ତାରିଖରୁ ଓଡ଼ିଶାରେ ଲଗୁହେବପାଇଁ ସ୍ଥିର ହୋଇଛି । ଏହି ଯୋଜନାରେ କେନ୍ଦ୍ରସରକାର ଙ୍କ ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଓଡ଼ିଶା ସରକାର ଙ୍କ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତ ଭାବରେ କାର୍ଯ୍ୟକାରୀ ହେବ । ଏହା ଏପ୍ରିଲ ୧ ତାରିଖରେ ରାଜ୍ୟର ସମସ୍ତ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ଜଣ ସଚେତନତା କରାଯାଇ ଲୋକଙ୍କୁ ସ୍ଵାସ୍ଥ୍ୟ କାର୍ଡ ଯୋଗାଇ ଦିଆଯିବ। ସ୍ଵାସ୍ଥ୍ୟ ସେବାରେ ଲୋକଙ୍କ ସହଭାଗିତା ଓ ବିଭିନ୍ନ ସ୍ଵାସ୍ଥ୍ୟ ସମ୍ପର୍କିତ ନିଷ୍ପତି ନେବାପାଇଁ ବିଭିନ୍ନ ସ୍ଵାସ୍ଥ୍ୟ କେନ୍ଦ୍ର ମାନଙ୍କରେ ‘ ଜନ ଆରୋଗ୍ୟ ସମିତି ‘ ଗଠନ କରିବାର ବ୍ୟବସ୍ଥା ରହିଛି। ଏହି କ୍ରମରେ ବୀରମହାରାଜପୁର ବ୍ଲକ ର ସୁବଳୟା ଓ ମୁର୍ଷୁଣ୍ଢୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଜନ ଆରୋଗ୍ୟ ସମିତି ଗଠନ ହୋଇଥିବା ବେଳେ ହରିହର ଜୋର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଜନ ଆରୋଗ୍ୟ ସମିତି ଗଠନ ଏପର୍ଯ୍ୟନ୍ତ ହୋଇପାରିନାହିଁ । ଏହାଦ୍ବାରା ସ୍ଵାସ୍ଥ୍ୟ କ୍ଷେତ୍ରରେ ଏହି ଅଞ୍ଚଳ ଲୋକଙ୍କ ସହଭାଗିତା ରହିଲା ନାହିଁ । ଏହି ସ୍ଵାସ୍ଥ୍ୟ କେନ୍ଦ୍ରରେ ଗୁଣବତ୍ତା ସ୍ଵାସ୍ଥ୍ୟ ସେବା, ସ୍ଵାସ୍ଥ୍ୟ ସମ୍ପର୍କିତ ଯୋଜନା ପ୍ରସ୍ତୁତି କରିବା, ସ୍ଵାସ୍ଥ୍ୟ କେନ୍ଦ୍ରର ସ୍ଵାସ୍ଥ୍ୟ ସେବା ତଦାରଖ କରିବା ଏବଂ ଲୋକଙ୍କ ସହଭାଗିତା ରହିଲା ନାହିଁ । ଏଠାରେ ଜନ ଆରୋଗ୍ୟ ସମିତି ଗଠନ ନହେବାରୁ ସରକାରଙ୍କ ଯୋଜନା ଫଳପ୍ରଦ ହେଉନାହିଁ । ଏନେଇ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଧିକାରି ତଥା ଅଧ୍ୟକ୍ଷ ଡ. ସଞ୍ଜୟ ମହାପାତ୍ର ନିଜ ପ୍ରତିକ୍ରିୟା ରେ କହିଥିଲେ ହରିହର ଜୋର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡ.ସ୍ୱରୂପ ବେହେରା ନିଯୁକ୍ତି ପାଇଛନ୍ତି । ବୀରମହାରାଜପୁର ଡାକ୍ତରଖlନରେ ଆବଶ୍ୟକତା ଠାରୁ ବହୁତ୍ କମ ଡାକ୍ତର ଅଛନ୍ତି । ତେଣୁ ତାଙ୍କୁ ବୀରମହାରାଜପୁର ଡ଼ାକ୍ତରଖାନାରେ କର୍ଯ୍ୟକରିବା ପାଇଁ ଦେପୁଟେଶନ ରେ ଅଣାଯାଇଛି । ସେ ସପ୍ତାହକୁ ୨ ଦିନ ହରିହର ଜୋର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର କୁ ଯାଉଛନ୍ତି । ସେଠାରେ ଆବଶ୍ୟକ ଡାକ୍ତର ଓ କର୍ମଚାରୀ ନଥିବାରୁ ଜନ ଆରୋଗ୍ୟ ସମିତି ଗଠନ ହୋଇପାରି ନାହିଁ । ଏପ୍ରିଲ ୧ ତାରିଖରେ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ସ୍ଵାସ୍ଥ୍ୟ କାର୍ଡ ଯୋଗାଇ ଦେବା ପୂର୍ବରୁ ସେଠାରେ ଜନ ଆରୋଗ୍ୟ ସମିତି ଗଠନ ହେବ ବୋଲି ପ୍ରକାଶ କରିଥିଲେ । ତେବେ ହରିହର ଜୋର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଜନ ଆରୋଗ୍ୟ ସମିତି ଗଠନ ହେଲେ ଲୋକଙ୍କ ସହଭାଗିତା ରହିଲେ ସ୍ଵାସ୍ଥ୍ୟ ସେବା ରେ ଉନ୍ନତି ହେବ ବୋଲି ସାଧରରେ ଆଲୋଚନା ହେଉଛି।