ଖଜୁରିଆ ପାଲି ଠାରେ ବନ୍ୟ ପ୍ରାଣୀଙ୍କ ସୁରକ୍ଷା ଓ ପ୍ରକୃତି ସଂରକ୍ଷଣ ପାଇଁ ସାମୁହିକ ଶପଥ ପାଠ କାର୍ଯ୍ୟକ୍ରମ


ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲେଇ ଗ୍ରାମପଂଚାୟତ ଅନ୍ତର୍ଗତ ପ୍ରକୃତି ଗ୍ରାମ ଖଜୁରିଆପାଲି ଠାରେ ପରିବେଶପ୍ରେମୀ ସତ୍ୟଜିତ ଗଡୁଆଙ୍କ ତତ୍ୱାବଧାନରେ ଗ୍ରୀଷ୍ମଋତୁରେ ବନ୍ୟପ୍ରାଣୀ ମାନଙ୍କ ସୁରକ୍ଷା ଓ ସବୁଜିମା ପ୍ରକୃତିର ସରଂକ୍ଷଣ ସଚେତନତା କାର୍ଯ୍ୟକ୍ରମ ସହ ସମୂହ ଶପଥ ପାଠ କରାଯାଇଅଛି l ଉକ୍ତ କାର୍ଯ୍ୟକ୍ରମରେ ପରିବେଶପ୍ରେମୀ ସତ୍ୟଜିତ ଗ୍ରାମର ଯୁବକ ମାନଙ୍କୁ ନେଇ ଜଙ୍ଗଲରେ ରହୁଥିବା ବନ୍ୟପ୍ରାଣୀ , ସରୀସୃପ , ଔଷଧୀୟ ବୃକ୍ଷଲତା ସୁରକ୍ଷା ଓ ଜୈବ ବିବିଧତାର ଭାରସାମ୍ୟ କିପରି ସନ୍ତୁଳନ ରହିପାରିବ ସେଦିଗରେ ସମସ୍ତଙ୍କୁ ବୁଝାଇବା ସହ ଗ୍ରୀଷ୍ମଋତୁରେ ବନ୍ୟପ୍ରାଣୀଙ୍କ ସୁରକ୍ଷା , ଜଙ୍ଗଲ ନିଆଁ ନିରାକରଣ, ଜଙ୍ଗଲ ମଧ୍ୟରେ ଜୀବଜନ୍ତୁଙ୍କ ପାଇଁ ମାଟିପାତ୍ରରେ ଜଳଯୋଗାଣ ସହିତ ସବୁଜିମା ପ୍ରକୃତିକୁ ସଂରକ୍ଷଣ କରିବା ପାଇଁ ସାମୁହିକ ଶପଥପାଠ କରାଇଥିଲେ l ଗ୍ରୀଷ୍ମଋତୁରେ ପରିବେଶର ସୁରକ୍ଷା, ବନ୍ୟପ୍ରାଣୀଙ୍କ ସୁରକ୍ଷା ସହ ଜୈବ ବିବିଧତାର ସରଂକ୍ଷଣ ଦିଗରେ ଯତ୍ନବାନ ହେବା ପାଇଁ ସତ୍ୟଜିତ ସମସ୍ତଙ୍କୁ ନିବେଦନ କରିଛନ୍ତି l