ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ତେନ୍ତୁଳିମହଦା ୟୁ ପି ସ୍କୁଲ ର ଛାତ୍ରୀ ଇପସିତା ପ୍ରଧାନ ଙ୍କ ସଫଳତା


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ତେନ୍ତୁଳି ମହଦା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରୀଙ୍କୁ ଚଳିତ ବର୍ଷର ବୃତ୍ତି ପରୀକ୍ଷାରେ ସଫଳତା ମିଳିଅଛି। ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଘୋଷଣା ଅନୁଯାୟୀ ଉକ୍ତ ବିଦ୍ୟାଳୟର ତୃତୀୟ ବୃତ୍ତି ପରୀକ୍ଷାରେ ଛାତ୍ରୀ ଈପ୍‌ସିତା ପ୍ରଧାନ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତା ହୋଇଛନ୍ତି। ଈପ୍‌ସିତାଙ୍କ ପିତା ଉପେନ୍ଦ୍ର କୁମାର ପ୍ରଧାନ ଓ ପ୍ରଧାନ ଶିକ୍ଷକ ବିପିନ୍‌ ବିହାରୀ ନନ୍ଦ ଙ୍କ ପ୍ରୟାସ , ସହଯୋଗ ଏବଂ ଛାତ୍ରୀଙ୍କ ଆକ୍ଳାନ୍ତ ପରିଶ୍ରମ ଫଳରେ ଏହି ସଫଳତା ପ୍ରାପ୍ତ ହୋଇଛି । ଏହି ସଫଳତା ଉପଲକ୍ଷେ ସ୍ଥାନୀୟ ଗ୍ରାମବାସୀମାନେ ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ତାଙ୍କ ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ଶୁଭକାମନା କରିଛନ୍ତି ।