Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପରସ୍ପରଠୁ ଅଲଗା ହେଲେ ୟୁଜଭେନ୍ଦ୍ର ଚହଲ ଓ ଧନଶ୍ରୀ

ମୁମ୍ବାଇ: ଭାରତୀୟ ଦଳର ଲେଗ୍ ସ୍ପିନର ୟୁଜଭେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଶେଷରେ ଅଲଗା ହୋଇଯାଇଛନ୍ତି। ଗୁରୁବାର ମୁମ୍ବାଇ ପରିବାର କୋର୍ଟ ସେମାନଙ୍କ ଛାଡପତ୍ରକୁ ମଞ୍ଜୁରୀ ଦେଇଛନ୍ତି। ଚହଲଙ୍କ ଓକିଲ ନୀତିନ କୁମାର ଗୁପ୍ତା ଏନେଇ ସ୍ପଷ୍ଟ କରିଛନ୍ତି।

ଏହି ଦୁଇଜଣ ୨୦୨୦ ମସିହାରେ କୋଭିଡ-୧୯ ସମୟରେ ପରସ୍ପରକୁ ଭେଟିଥିଲେ। ଧନଶ୍ରୀ ଜଣେ ଡ୍ୟାନ୍ସ କୋରିଓଗ୍ରାଫର। କୋଭିଡ୍ ସମୟରେ ଚହଲ ନୃତ୍ୟ ଶିଖିବାକୁ ଧନଶ୍ରୀଙ୍କ ସହ ଯୋଗାଯୋଗ କରିଥିଲେ। ନୃତ୍ୟ ଶିଖିବା ପାଇଁ ଏ ଦୁହେଁ ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିଥିଲେ।ନୃତ୍ୟ ଶିଖିବା ମଧ୍ୟରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ମଧ୍ୟ ଗଭୀର ହୋଇଗଲା। ଚହଲ ଧନଶ୍ରୀକୁ ପସନ୍ଦ କରିବା ଆରମ୍ଭ କରିବା ସହ ଦୁହେଁ ପରସ୍ପରକୁ ଭଲ ପାଇ ବସିଥିଲେ।

ଦୁହେଁ ୮ ଅଗଷ୍ଟ ୨୦୨୦ରେ ନିର୍ବନ୍ଧ କରିଥିଲେ ଏବଂ ସେହି ବର୍ଷ ଡିସେମ୍ବର ୨୨ରେ ବିବାହ କରିଥିଲେ। ବିବାହର ବହୁ ବର୍ଷ ପରେ ଦୁହିଁଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଯାହାପରେ ଛାଡପତ୍ରର ରୂପ ନେଇଥିଲା। ତେବେ ଚଳିତବର୍ଷ ଅର୍ଥାତ୍ ୨୦୨୫ ଫେବୃଆରୀ ୫ ତାରିଖରେ ଖବର ଆସିଥିଲା ​​ଯେ ଦୁହେଁ ଛାଡପତ୍ର ପାଇଁ ମୁମ୍ବାଇ କୋର୍ଟରେ ପହଞ୍ଚିଛନ୍ତି। ଆଉ ଆଜି ଚହଲ ଏବଂ ଧନଶ୍ରୀଙ୍କ ଛାଡପତ୍ରକୁ ମଞ୍ଜୁର କରିଛନ୍ତି କୋର୍ଟ।