ବୀରମହାରାଜପୁର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ 16 ତମ ବାର୍ଷିକ ଉତ୍ସବ ପାଳିତ


ବୀରମହାରାଜପୁର : (ସୌମିତ୍ରି ମେହେର)
ଉତ୍ତମ ଶିକ୍ଷା ହିଁ ମନୁଷ୍ୟକୁ ଜ୍ଞାନର ସର୍ବୋଚ୍ଚ ଶିଖରରେ ପହଞ୍ଚାଇଥାଏ । ବୈଷୟିକ ଶିକ୍ଷା ହେଉ ଅବା ନୈତିକ ଶିକ୍ଷା , ଉଭୟକୁ ସକାରାତ୍ମକ ଭାବରେ ଗ୍ରହଣ କଲେ ବିଦ୍ୟାର୍ଥୀ ଜୀବନରେ ଉନ୍ନତିର ଶିଖର ତମ ପ୍ରଦେଶର ପହଞ୍ଚି ଥାଏ ବୋଲି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୧୬ ତମ ବାର୍ଷିକ ଉତ୍ସବରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଆଜି ଆଶ୍ରମ ପରିସରରେ ଆୟୋଜିତ ଏହି ବର୍ଣ୍ଣାଢ଼୍ୟ ପରିବେଶ ରେ ଅନୁଷ୍ଠିତ ସଭାରେ ସଭାପତିତ୍ତ୍ବ କରିଥିଲେ ଶିକ୍ଷାବିତ୍ ଭଗବାନ ମିଶ୍ର, ମୁଖ୍ୟ ଅତିଥି ଭାବରେ ପୂର୍ବତନ ଜିଲ୍ଲା ଶିକ୍ଷା ପରାମର୍ଶ ଦାତା (ସୁବର୍ଣ୍ଣପୁର) ଡ.ପ୍ରଫୁଲ୍ଲ କୁମାର ରଥ , ମୁଖ୍ୟ ବକ୍ତା ଜୋନାଲ ସଂଗଠକ ମଦନମୋହନ ଦାନୀ , ବିଶେଷ ଅତିଥି ଜୋନାଲ ସଂଗଠକ ଅମିତ୍ ସାହୁ , ସମ୍ମାନିତ ଅତିଥି କବି ରାଧେଶ୍ୟାମ ମିଶ୍ର, ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର ହୋତା , କଣ୍ଠଶିଳ୍ପୀ ଶାଶ୍ବତ ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ଥିଲେ । କବିଭାଇ ମାତୃବାଣୀ ଉପସ୍ଥାପନା କରିଥିବାବେଳେ ରାଜେଶ କୁମାର ସାହୁ ସ୍ବାଗତ କରିଥିଲେ ଓ ଆଦ୍ୟାଶା , ପ୍ରତିମା , ସ୍ମୃତି , ପାୟଲ୍ ସ୍ବାଗତ ସଂଗୀତ ଗାନ କରିଥିଲେ । ଅନୁଷ୍ଠାନର ସଂପାଦକ ମନରଞ୍ଜନ ଦାଶ ବାର୍ଷିକ ବିବରଣୀ ପଠନ କରିଥିଲେ । ବାର୍ଷିକ ଉତ୍ସବରେ ଏ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ବିଶେଷ ଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଛି ।ମେଧା ସମ୍ମାନରେ ରୁଦ୍ରନାରାୟଣ ଦାସ , ଅନ୍ତର୍ଯ୍ୟାମୀ ମିଶ୍ର , କର୍ମଯୋଗୀ ସମ୍ମାନରେ ଅଭିମନ୍ୟୁ ବଗର୍ତ୍ତି , ମରଣୋତ୍ତର ସାଇଟ୍ ସମ୍ମାନରେ ସ୍ବର୍ଗତ ଭୁବନେଶ୍ଵର ମିଶ୍ର , ପ୍ରକୃତି ବନ୍ଧୁ ସମ୍ମାନ ବିପିନ୍ ଅଗ୍ରୱାଲ , କର୍ମବୀର ସମ୍ମାନ ନମିତା ହୋତା , ସାବିତ୍ରୀ ସାହିତ୍ୟ ସମ୍ମାନ ସନ୍ତୋଷିନୀ ନାୟକ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଛି । ଶେଷରେ ନବାରୁଣ ଦେବଦତ୍ତ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।ପରେ ପରେ ଶିଶୁ ଭାଇ ଭଉଣୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ରେ ସୁନୀତା , ଜୁବୁଲି , ମଧୁ ମଙ୍ଗଳ , ସୁଶାନ୍ତ , ଅନୁପ , ଦିଲ୍ଲୀପ ପ୍ରମୁଖ ସହଯୋଗ କରିଥିଲେ।