ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ କୁମୁରସିଂହା ଗ୍ରାମରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ନୂଆ ଗଡ ଗ୍ରାମର ଶମ୍ଭୁ ପ୍ରସାଦ ଝାଙ୍କର । ସୂଚନା ଅନୁସାରେ ଶମ୍ଭୁ ନିଜ ଗାଁ’ରେ ଏକ ଛୋଟିଆ ଟେଣ୍ଟ ହାଉସ କରିଛନ୍ତି । ଆଜି ଦିନ ୧୦ ଟା ସମୟରେ କୁମୁରସିଂହା ଗ୍ରାମର ଏକ ବାହାଘର କାର୍ଯ୍ୟ ରେ ନିଜର ଟେଣ୍ଟ ଲଗାଇଥିଲେ l ସେଠାରେ କୁଲର ନ ଚାଲିବାରୁ ଶମ୍ଭୁ ତାହା ସଜାଡିବାକୁ ଯାଇଥିଲେ । କୁଲର୍ ସଜାଡୁଥିବl ବେଳେ ବିଦ୍ୟୁତ ସଂସ୍ପର୍ଶରେ ସେ ଆସି ଯାଇଥିଲେ । ତୁରନ୍ତ ତାଙ୍କୁ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା l ମାତ୍ର ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରଜ୍ଜୁ କରିଛି l
କୁମୁରସିଂହା ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକର ମୃତ୍ୟୁ
