ବୀରମହାରାଜପୁର : (ସୌମିତ୍ରି ମେହେର)
ପ୍ରଥମ ମହିଳା ସାମ୍ୱାଦିକ ଭାବେ କର୍ମବୀର ସମ୍ମାନରେ ସମ୍ମାନିତ ହେଲେ ନମୀତା ହୋତା । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଂଚଳର ଜଣାଶୁଣା ପ୍ରଥମ ମହିଳା ସାମ୍ୱାଦିକ ନମୀତା ହୋତାଙ୍କୁ ଶୁକ୍ରବାର କର୍ମବୀର ସମ୍ମାନରେ ସମ୍ମାନିତ କରାଯାଇଛି । ବୀରମହାରାଜପୁର ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବ ଅବସରରେ ନମୀତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ଗ୍ରାମାଂଚଳ ହେଉ କି ସହରାଂଚଳ , ସମସ୍ୟା ହେଉ କି ଦୁର୍ଘଟଣା, ଯାନି ଯାତ୍ରା ହେଉ କି ପରମ୍ପରା ସବୁଠି ନିଜେ ଉପସ୍ଥିତ ରହି ଖବର ସଂଗ୍ରହ ଓ ପରିବେଷଣ କରି ଦୁଇବର୍ଷ ଭିତରେ ସମଗ୍ର ଜିଲ୍ଲାରେ ଜଣେ ପରିଚିତ ଚେହେରା ହୋଇପାରିଛନ୍ତି ଶ୍ରୀମତି ନମୀତା ହୋତା । ଜଣେ ସୁଗୃହିଣୀ ଭାବରେ ନିଜ ପରିବାରର ଦାୟିତ୍ୱ ସମ୍ପାଦନ କରିବା ସହିତ ସମ୍ବାଦିକତା କାର୍ଯ୍ୟକୁ ମଧ୍ୟ ସୂଚାରୁରୂପେ ନିର୍ବାହ କରିପାରିଛନ୍ତି ସେ । ଲୋକଙ୍କ ପାଇଁ ବ୍ରତୀ ଥିବା ଏହି ମହିଳା ସାମ୍ବାଦିକଙ୍କୁ ଶ୍ରୀ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପକ୍ଷରୁ କର୍ମବୀର ସମ୍ମାନରେ ସମ୍ମାନିତ କଲାପରେ ବିଭିନ୍ନ ମହଲରୁ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ ।
କର୍ମବୀର ସମ୍ମାନ ରେ ସମ୍ମାନିତ ହେଲେ ବୀରମହାରାଜପୁର ଅଞ୍ଚଳର ପ୍ରଥମ ମହିଳା ସାମ୍ବାଦିକ ନମିତା ହୋତା
