ଟିଠିପାଲି ରାଧେଶ୍ୟାମ ମଠରେ ଚାଲିଥିବା ରାମାୟଣ ନବାହ୍ନ ପରାୟଣ ର ଷଷ୍ଠ ଦିବସ ରେ ସୀତା ଚୋରି ପ୍ରସଙ୍ଗ


ବୀରମହାରାଜପୁର : (ସୌମିତ୍ରି ମେହେର)
ବୀରମହାରାଜପୁର ବ୍ଲକ ଉଫୁଲା ଗ୍ରାମ ପଞ୍ଚାୟତର ଟିଠିପାଲି ରାଧେଶ୍ୟାମ ମଠରେ ମହନ୍ତ ସୀତାରାମ ଦାସ୍‌ଜୀ ମହାରାଜଙ୍କ ତତ୍ତ୍ଵାବଧାନରେ ଚାଲିଥିବା ରାମାୟଣ ନବାହ୍ନ ପାରାୟଣ କାର୍ଯ୍ୟକ୍ରମର ଶନିବାର ଥିଲା ଷଷ୍ଠ ଦିବସ । ଆଜିର ପ୍ରସଙ୍ଗରେ ଶ୍ରୀରାମଙ୍କ ସହିତ ଭରତଙ୍କ ମିଳନ , ଭରତଙ୍କ ନନ୍ଦୀ ଗ୍ରାମରେ ଅବସ୍ଥାନ , ଶ୍ରୀରାମ ପଞ୍ଚବଟୀ ଠାରେ କୁଟୀର ନିର୍ମାଣ , ସୀତା ଚୋରି ଆଦି ଚରିତ ପାରାୟଣର ବିଷୟବସ୍ତୁ ଥିଲା । ମନୋରଞ୍ଜନ ମିଶ୍ର ବ୍ୟାସ ଗାୟକ ଭାବରେ ରାମାୟଣ ପାଠ କରୁଥିବାବେଳେ ରୋହିତ ବାଘ , ଜୟ କୁମାର ପାଣ୍ଡେ , ନୀରାକାର ମେହେର , ପର୍ଶୁରାମ ବାରିକ , ଗଣେଶ ପଧାନ ପ୍ରମୁଖ ଅର୍ଗାନ୍ , ତବଲା ପେଡ୍ ଆଦି ବାଦ୍ୟଯନ୍ତ୍ର ଓ ପାଳିଆରେ ସହଯୋଗ କରୁଛନ୍ତି । ଏହି ପାରାୟଣ ଆସନ୍ତା ମାର୍ଚ୍ଚ ୨୫ ତାରିଖ ପର୍ଯ୍ୟନ୍ତ ନବଦିନ ବ୍ୟାପୀ ଅନୁଷ୍ଠିତ ହେବ ବୋଲି ପାରାୟଣ କମିଟି ସୂତ୍ରରୁ ପ୍ରକାଶ । ମଧୁ ସୂଦନ ଚାନ୍ଦ ପୂଜକ ତଥା ପ୍ରହଲ୍ଲାଦ ଅମାତ ସପତ୍ନୀକ ଏଥିରେ କର୍ତ୍ତା ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତିି । ସେବା ବ୍ରତୀ ଭାବରେ ଦୌଲତ ଅମାତ, ବେଲାଳସେନ ପାତ୍ର , ବାବାଜୀ ଅମାତ , ଆଦିତ୍ୟ ମହାକୁର , ଗୋପାଳ ସାହୁ , ରଘୁନାଥ ସାହୁ , ରଶ୍ମି ରଞ୍ଜନ ଅମାତ ଙ୍କ ସମେତ ଅଂଚଳ ବାସୀ ସହଯୋଗ କରୁଛନ୍ତି । ବରିଷ୍ଠ ସାମ୍ବାଦିକ ଯୁଗଳ କିଶୋର ମିଶ୍ର ଓ ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା ପ୍ରମୁଖ ଭଜନ ପରିବେଷଣ କରିଥିଲେ । ପାରାୟଣ ଶ୍ରବଣ କରିବାକୁ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।