ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟରେ ରବିବାର ରାଜନୀତି ବିଜ୍ଞାନ ବିଭାଗର ଶେଷବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅବସରପ୍ରାପ୍ତ ଅଧ୍ୟାପକ କୁଞ୍ଜବନ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଭାଗୀୟ ମୁଖ୍ୟ ଶିବ କୁମାର ପୁରୋହିତ , ଅଧ୍ୟାପକ ନରେନ୍ଦ୍ର ଝା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମଞ୍ଚାସୀନ ରହିଥିଲେ । ଏହି ଅବସରରେ ଅତିଥି ବିଦାୟୀ ଛାତ୍ରଛାତ୍ରୀଙ୍କ ମଙ୍ଗଳ କାମନା କରିବା ସହ ନିରନ୍ତର ପ୍ରୟୋସ ହିଁ ସଫଳତା ଆଣେ ବୋଲି ମତବ୍ୟକ୍ତ କରିଥିଲେ । ଶେଷବର୍ଷର ଛାତ୍ରଛାତ୍ରୀ କଲେଜରେ ବିତିଥିବା ଦିନ ଓ ନିଜ ଅଭିଜ୍ଞତା ବଖାଣିଥିଲେ । ଦ୍ୱିତୀୟ ବର୍ଷର ଛାତ୍ରୀ ପ୍ରଜ୍ଞା ପରମିତା ସାଥୁଆ ସଭା ପରିଚାଳନା କରିଥିଲେ । ପ୍ରଥମ ବର୍ଷର ଛାତ୍ରୀ ଅଙ୍କିତା ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଦ୍ୱିତୀୟ ବର୍ଷର ଛାତ୍ରୀ ଆକାଂକ୍ଷା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଅଧ୍ୟାପିକା ଜାମିନୀ ଦାଶ , ଅଧ୍ୟାପକ ପ୍ରଭାତ ପୁରୋହିତ ପ୍ରମୁଖ ଯୋଗ ଦେଇଥିଲେ।
ବୀରମହାରାଜପୁର କଲେଜ ରାଜନୀତି ବିଜ୍ଞାନ ବିଭାଗର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବ
