ବନବିଭାଗର ପାଟ୍ରୋଲିଂ ବେଳେ ସାଇଜ କାଠ ସହ ବୋଲେରୋ ପିକଅପ ଜବତ : ଚାଲାଣକାରୀ ଚମ୍ପଟ


ବାଲିଗୁଡା, ତା, ୨୪/୦୩: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ କୋଟଗଡ ବନାଞ୍ଚଳର ଅଭୟାରଣ୍ୟ ଅଞ୍ଚଳ ମଧୁଗୁଡ଼ା ନିକଟରେ ବନବିଭାଗର ପାଟ୍ରୋଲିଂ ଚାଲିଥିବା ବେଳେ ଏକ ବୋଲେରୋ ପିକଅପ୍ ଗାଡ଼ି ନଂ.ଓଆର-୦୩-ଏଫ- ୨୬୮୬ କୁ ତନଖି କରିବା ବେଳେ ସେଥିରୁ ୧୧୬ ଖଣ୍ଡ ସାଇଜ କାଠ (୬୨ସିପ୍ଟ) କୁ ଜବତ କରିଥିବା ବେଳେ ଘଟଣା ସ୍ଥଳରୁ ଗାଡି ଡ୍ରାଇଭର ଓ ଅନ୍ୟ ସହଯୋଗୀ ସାଥୀ ଚମ୍ପଟ ମରିଥିବା ବିଷୟ ବନଖଣ୍ଡ ଅଧିକାରୀ ବାଲଗୋପଲ୍ ବେହେରା ସୂଚନା ପ୍ରଦାନ କରିଛନ୍ତି l ଜବତ ହୋଇଥିବା କାଠର ମୂଲ୍ୟ ଦେଢ଼ଲକ୍ଷ ଟଙ୍କା ହେବ ବୋଲି ଆକଳନ କରିଛି ବନବିଭାଗ l ଏନେଇ କୋଟଗଡ ବନ ବିଭାଗରେ ଏକ ମାମଲା ରୁଜୁ କରି ତଦନ୍ତ ଅବ୍ୟାହତ ରଖିଛି ବନ ବିଭାଗ l ପାଟ୍ରୋଲିଂ ସମୟରେ ଫରେଷ୍ଟ୍ର ରବି ନାୟକ, ପ୍ରିୟଙ୍କା କହଁର ,ବିଜୟାନନ୍ଦ ସେଠୀ, ଫରେଷ୍ଟ ଗାର୍ଡ ଦୀପକ ପଟ୍ଟନାୟକ, ଫରେଷ୍ଟ ଗାର୍ଡର ସ୍ୱାର୍ଡ ବିରେନ ମାଝୀ, ଗୋପାଳ ନାୟକ, ଗୌରୀ ପ୍ରସାଦ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l