Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଙ୍କ ଜାତିଗତ ପ୍ରମାଣପତ୍ର କୁ ନେଇ ଉଠିଲା ପ୍ରଶ୍ନ

ୀରମହାରାଜପୁର : (ସୌମିତ୍ରୀ ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ କେଉଟ, ଧିବର,କୈବର୍ତ୍ତ ହଟାଓ ଅଲ ଓଡିଶା କ୍ରିୟାନୁଷ୍ଠାନ କମିଟି ଆବାହକ ଡିଙ୍ଗର କୁମ୍ଭାର ଏକ ସାମ୍ବାଦିକ ସମ୍ବିଳନୀ ଜରିଆରେ ଓଡିଶା ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼କ୍ଟର ମୁକେଶ ମହାଳିଙ୍ଗ ଙ୍କ ଜାତିଗତ ପ୍ରମାଣ ପତ୍ର କୁ ନେଇ ପ୍ରଶ୍ନ ଉଠାଇଛନ୍ତି l ମନ୍ତ୍ରୀ ଶିକ୍ଷା ଅଧ୍ୟୟନ ସମୟରୁ ଅନୁସୂଚିତ ଜାତି ଭାବରେ ସମସ୍ତ ସରକାରୀ ସୁବିଧା ନେଇଛନ୍ତି l ସେ ସବୁ ଫେରାଇବା ସହିତ ତୁରନ୍ତ ନୈତିକତା ଦୁଷ୍ଟିରୁ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି କହିଥିଲେ l ତାଙ୍କ ବିରୁଦ୍ଧରେ ରେ ଉତ୍ତରାଞ୍ଚଳ ରାଜସ୍ବ କମିଶନ ଙ୍କ କୋର୍ଟ ରେ ମାମଲା ବିଚରାଧୀନ ରହିଛି l ସେ କୋର୍ଟ ର ତାରିଖ ରେ ହାଜର ହୋଇନଥିବା ର ମଧ୍ୟ ସୂଚନା ଦେଇଥିଲେ l ମନ୍ତ୍ରୀ ଡ଼କ୍ଟର ମହାଳିଙ୍ଗ ବରିଷ୍ଠ ମନ୍ତ୍ରୀ ଥିବାରୁ ମାମଲା ର ଦଫା ରଫା କରି ପାରନ୍ତି ବୋଲି ଅଭିଯୋଗ କାରୀ ଡିଙ୍ଗର କୁମ୍ଭାର ଆଶଙ୍କା ପ୍ରକାଶ କରିଛନ୍ତି l ଯଦି ତୁରନ୍ତମନ୍ତ୍ରୀ ମହାଳିଙ୍ଗଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ନହୁଏ ତାହେଲେ ୯0ଲକ୍ଷ ଅନୁସୂଚିତ ବର୍ଗ ଲୋକ ରାଜରାସ୍ତା କୁ ଓଲ୍ହାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି l ଉକ୍ତ ସାମ୍ବାଦିକ ସମ୍ବିଳନୀ ରେ ଶ୍ରୀ କୁମ୍ଭାର ଙ୍କ ସହିତ ଆମ ଆଦମୀ ପାର୍ଟି ର ଜିଲ୍ଲା ସଭାପତି ସୁରେଶ କଲତା, ଉପସଭାପତି ପୃଥ୍ୱୀରାଜ ଜଗଦଲା , ଭୀମ ଆର୍ମି ସୋନପୁର ଜିଲ୍ଲା ସଭାପତି ପ୍ରଦୀପ ଜାଲ ପ୍ରମୁଖ ଉପସ୍ଥିତ ଥିଲେ l