ଜଉଁରାଭଉଁରା ପଞ୍ଚାୟତ ରେ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ


ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଜଉଁରାଭଉଁରା ପଞ୍ଚାୟତ ପରିସରରେ ଆଜି ନେହେରୁ ଯୁବ କେନ୍ଦ୍ର ଓ ମାଇଁ ଭାରତ ସୋନପୁର ତଥା ଖେଳ ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଭାରତ ସରକାରଙ୍କ ତତ୍ୱାବଧାନରେ ବୀର ସୁରେନ୍ଦ୍ର ସାଏ କ୍ଲବ ମାଟୁପାଲି ତରଫରୁ ବିଶ୍ୱ ଯକ୍ଷ୍ମା ମୁକ୍ତ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ସୁନିତା ସିଂରା , ମେଡିକାଲ ଅଫିସ ସିଣ୍ଡୋଲର ଡାକ୍ତର ଦିଲ୍ଲୀପ ପାଣ୍ଡିଆ , ସୁପରଭାଇଜର ରାଜେଶ ମେଣ୍ଡିଲି , ପରାମର୍ଶଦାତା ବଟକୃଷ୍ଣ ପଣ୍ଡା , କମ୍ୟୁନିଟି ସ୍ୱାସ୍ଥ୍ୟ କର୍ମୀ ଜ୍ୟୋତିମୟୀ ପଣ୍ଡା ଆଦି ସାମିଲ ହୋଇ ଯକ୍ଷ୍ମା ରୋଗ ନିରାକରଣ ପାଇଁ ଆଲୋଚନାରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ବେଚ୍ଛାସେବୀ ଶମ୍ଭୁରାଜ କର୍ଣ୍ଣ ପରିଚାଳନା କରିଥିବା ବେଳେ କ୍ଲବର ସଭାପତି ଧବଳେଶ୍ୱର ଭୁକ୍ତା ଧନ୍ୟବାଦ ଅର୍ପଣ ଦେଇଥିଲେ । ଶେଷରେ ସମସ୍ତ ଙ୍କୁ ନେଇ ଶପଥ ପାଠ କରାଯାଇଥିଲା ।