Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‍ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଆୟୋଜିତ

ବାଲିଗୁଡା, ତା, ୨୫/୦୩:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ ର ଫିଡର ଗ୍ରାମର ବିଭିନ୍ନ ଶିକ୍ଷା କ୍ଷେତ୍ରରେ ଅଶିକ୍ଷିତ ଥିବା ପୁରୁଷ, ମହିଳା ଏବଂ ଯୁବକ ଯୁବତୀ ମାନଙ୍କୁ ନେଇ ମୌଳିକ ଭାଷା ଜ୍ଞାନ ଓ ସଂଖ୍ୟା ଜ୍ଞାନ ଦ୍ୱିତୀୟ ପର୍ଯ୍ୟାୟରେ ୩୪ ଟି ପରୀକ୍ଷା କେନ୍ଦ୍ରରେ ପ୍ରତ୍ୟେକ କେନ୍ଦ୍ରର ନିରୀକ୍ଷକଙ୍କ ତତ୍ତ୍ଵାବଧାନରେ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୯୮୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ବାଲିଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ଵର ମାଝୀ, ବିଆରସିସି ବଳରାମ ବେହେରା,ଏବିଇଓ ବଂଶୀଧର ସାହୁ ଏବଂ ସମସ୍ତ ସିଆରସିସିମାନେ ପରୀକ୍ଷା କେନ୍ଦ୍ରକୁ ତଦାରଖ କରି ସଫଳତାର ସହିତ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ