ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନାକଡେଇଁ ଗ୍ରାମରେ “ଏକଲ୍ ଅଭିଯାନର ବାର୍ଷିକ ପ୍ରଶିକ୍ଷଣ ଅଭ୍ୟାସ ବର୍ଗ ” କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ସମ୍ବଲପୁର ଅଞ୍ଚଳର ଉଲୁଣ୍ଡା ସଂଚ , ବୀରମହାରାଜପୁର ସଂଚ ଦୁଇଟି ସଞ୍ଚକୁ ନେଇ ପ୍ରଶିକ୍ଷଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ଯକ୍ରମରେ ମୁଖ୍ୟଅତିଥି ଭାବେ ପଂଚାୟତ ସମିତି ହାଇସ୍କୁଲର ଶିକ୍ଷକ ତଥା ସି ଆର୍ ସି ସି ନରେନ୍ଦ୍ର କୁମାର ଦେହୁରୀ ଯୋଗ ଦେଇଥିଲେ I ସମ୍ମାନୀତ ଅତିଥି ଭାବରେ ରାଷ୍ଟ୍ରୀୟ ଯୁବ ସ୍ଵେଚ୍ଛାସେବୀ ତଥା ପ୍ରକୃତି ବନ୍ଧୁ ହୃଷୀକେଶ ଦେହେରୀ ମଞ୍ଚାସୀନଥିଲେ । ଏହି ଏକଳ୍ ଅଭିଯାନ ର କର୍ମକର୍ତ୍ତା ପ୍ରାଥମିକ ଶିକ୍ଷା ପ୍ରମୁଖ ଶଶିଭୂଷଣ ନାୟକ , ଉଲୁଣ୍ଡା ସଞ୍ଚ ପ୍ରମୁଖ ଦେବାର୍ଚ୍ଚନ ନାଏକ, ବୀଏମପୁର ସଞ୍ଚ ପ୍ରମୁଖ କାଳିଆ କଲତା ଉପସ୍ଥିତ ଥିଲେ । ଏହି ପ୍ରଶିକ୍ଷଣ ରେ ଆଚାର୍ଯ୍ୟ , ଆଚାର୍ଯ୍ୟା , ପ୍ରଶିକ୍ଷକ ମିଶି ସମୁଦାୟ ଜଣ ଙ୍କର ଉପସ୍ଥିତ ରେ ଉଦ୍ଘାଟନ ହୋଇଥିଲା । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ତା 25.3.25.ରୁ 29..3.25 ପର୍ଯ୍ୟନ୍ତ ଚାଲିବ ପ୍ରକାଶ । ପ୍ରଶିକ୍ଷଣ ରେ ବୌଦ୍ଧିକ , ଶୈଷିକ , ଶାରିରୀକ , ସଫେଇ , ଯୋଗ ଅଭ୍ୟାସ ଆଦି ପ୍ରତିଦିନ ଅନୁଷ୍ଠିତ ହେବ । ପ୍ରତିଦିନ ସଫେଇ କାର୍ଯ୍ୟକ୍ରମ ହେବ । ଶେଷରେ ବିନାୟକ ବାଘ ଧନ୍ୟବାଦ ଦେଇଥିଲେ ।
ନାକଡେଇଁ ରେ ଏକଲ ଅଭିଯାନର ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦଘାଟିତ
