ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ଆଜି ଏକ ସମ୍ବର୍ଦ୍ଧନା ପର୍ବ ସ଼ହିତ ସାଇବର କ୍ରାଇମ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ମଙ୍ଗଳବାର ଅନୁଷ୍ଠାନର ସଭାପତି ଡ.ପ୍ରଫୁଲ୍ଲ କୁମାର ରଥଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର ଉପଖଣ୍ଡ ପୁଲିସ ଅଧିକାରୀ ହେମନ୍ତ କୁମାର ରାଓ ମଞ୍ଚାସୀନ ଥିଲେ । ପ୍ରଥମେ ସଂଗଠନର ପୂର୍ବତନ ସଭାପତି କୃଷ୍ଣଚନ୍ଦ୍ର ପାଢୀ ଆନୁଷ୍ଠାନିକ ଭାବରେ ସମସ୍ତ ଙ୍କୁ ସ୍ବାଗତ କରିବା ସହିତ ପୁଲିସ ଓ ବରିଷ୍ଠ ନାଗରିକ ଙ୍କ ସଂପର୍କ ଏବଂ ତହିଁରେ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ। ଅନୁଷ୍ଠାନ ତରଫରୁ ସଭାପତି ଡ.ରଥ ମୁଖ୍ୟ ଅତିଥି ଶ୍ରୀ ରାଓଙ୍କୁ ଉପଢ଼ୌକନ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଉପଖଣ୍ଡ ପୁଲିସ ଅଧିକାରୀ ପୂର୍ବରୁ ବୀରମହାରାଜପୁର ଥାନାରେ ଭାରପ୍ରାପ୍ତ ଅଧିକାରୀ ଥିଲେ ଏବଂ ଏଠାରେ ଅବସ୍ଥାନ କାଳର ଲୋକ ସଂପର୍କ ବଖାଣିଥିଲେ । ବରିଷ୍ଠ ନାଗରିକ ଙ୍କ ସହଯୋଗ ପାଇଁ ସଦା ସର୍ବଦା ତାଙ୍କ ଦ୍ବାର ଖୋଲା ରହିବ ବୋଲି ମତବ୍ୟକ୍ତ କରିଥିଲେ ।ଏଥି ସହିତ ସମାଜ ରେ ସାଇବର କ୍ରାଇମ ର ଶିକାର ହେଉଥିବା ଅନେକ ଦୃଷ୍ଟାନ୍ତ ମୂଳକ ଉଦାହରଣ ଦେଇ କଣ କରିବାକୁ ହେବ , କଣ ନ କରିବାକୁ ହେବ ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଅନୁଷ୍ଠାନର ଉପସଭାପତି ସୌମିତ୍ରୀ ମେହେର , ବରିଷ୍ଠ ସଦସ୍ୟ ଜ୍ଞାନେନ୍ଦ୍ର ତ୍ରିପାଠୀ , ଦୀନବନ୍ଧୁ ମେହେର , ଗୋବର୍ଦ୍ଧନ ମିର୍ଦ୍ଧା , ଦିଲ୍ଲୀପ ତ୍ରିପାଠୀ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରି ନିଜ ନିଜର ବକ୍ତବ୍ୟ ରଖିଥିଲେ । ସଂପାଦକ ସନ୍ତୋଷ ଷଡ଼ଙ୍ଗୀ , କୋଷାଧ୍ୟକ୍ଷ ଦୟାନିଧି ହୋତା , ସଦସ୍ୟ ଭୂଷଣ କୁମାର ପାତ୍ର , ବାସୁଦେବ ରଥ , ଚମରା ମହାକୁର , ସୁରୁ ସାହୁ , ଶ୍ୟାମସୁନ୍ଦର ସେଠୀ , ଅକୃର ଦନ୍ତା , ବାସୁଦେବ ପଣ୍ଡା , ଉପଦେଷ୍ଟା ଗୋପିନାଥ ମହାକୁର , ଧୃବ ଚରଣ ଦାଶ , ବଳରାମ କାଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ। ସଦସ୍ୟ ଡ.ଦ୍ବିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିଲାବେଳେ ପୂର୍ବତନ ସଭାପତି ଭଗବାନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ଉପଖଣ୍ଡ ପୁଲିସ ଅଧିକାରୀ ଙ୍କୁ ବରିଷ୍ଠ ନାଗରିକ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା
