ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ମହିଳା ବଲ ବ୍ୟାଡମିଣ୍ଟନ ଦଳରେ ଆଦିବାସୀ ମହାବିଦ୍ୟାଳୟର ତିନି ମହିଳା ଛାତ୍ରୀଙ୍କ କୃତିତ୍ୱ


ବାଲିଗୁଡା, ତା, ୨୬/୦୩:(ସଞ୍ଜୟ କୁମାର ପାଣିଗ୍ରାହୀ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଠାରେ ମହିଳା ବଲ ବ୍ୟାଡମିଣ୍ଟନ ଦଳରେ ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟର ମହିଳା ଛାତ୍ରୀ କୃତିତ୍ୱ ଲାଭ କରିଛନ୍ତି | କୃତିତ୍ୱ ହେବା ପରେ ଚଳିତ ମାସ ୨୯ ତାରିଖ ଠାରୁ ଏପ୍ରିଲ ୦୧ ତାରିଖ ଦୀର୍ଘ ୪ ଦିନ ପର୍ଯ୍ୟନ୍ତ ତାମିଲନାଡୁର ଆଲଗାପା ବିଶ୍ଵବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତଃ ବିଶ୍ଵବିଦ୍ୟାଳୟ ସ୍ତରୀୟ ମହିଳା ବଲ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ମହିଳା ଦଳ ଅଂଶ ଗ୍ରହଣ କରିବ । ଏହି ୧୦ ଜଣିଆ ଦଳରେ ଆଦିବାସୀ ମହାବିଦ୍ୟାଳୟର ଅଲିଭା ସୁନେଲି ପ୍ରଧାନ ଦ୍ୱିତୀୟ ବର୍ଷ ବିଜ୍ଞାନ , ଡଲିନା ପ୍ରଧାନ ଦ୍ୱିତୀୟ ବର୍ଷ କଳା ଓ ମାଜନ୍ତି ମଲ୍ଲିକ ପ୍ରଥମ ବର୍ଷ କଳା ଛାତ୍ରୀ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ ତରଫରୁ ଦଳ ପାଇଁ ମନୋନୀତ ହୋଇଛନ୍ତି । ଆଦିବାସୀ ମହାବିଦ୍ୟାଳୟର କ୍ରୀଡା ପ୍ରଶିକ୍ଷକ ଗଙ୍ଗାଧର ପଣ୍ଡାଙ୍କ ପ୍ରଚେଷ୍ଟାରେ ଏହି ସଫଳତା ହୋଇପାରିଛି l ଏ ନେଇ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଏହି କ୍ରୀଡାବିତ୍ ଙ୍କ ଉତ୍ତୋରତାର କାମନା କରିଛନ୍ତି ।