ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନାକଡେଇଁ ଗ୍ରାମରେ “ଏକଲ୍ ଅଭିଯାନ ର ବାର୍ଷିକ ପ୍ରଶିକ୍ଷଣ ଅଭ୍ୟାସ ବର୍ଗ ” ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ଅଞ୍ଚଂଲର ଉଲୁଣ୍ଡା ସଂଚ,ବୀରମହାରାଜପୁର ସଂଚ ଦୁଇଟି ସଞ୍ଚ କୁ ନେଇ ପ୍ରଶିକ୍ଷଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ସମାଜରେ ନାରୀ ଶକ୍ତି ହିଁ ବିକାଶ ର ମୂଳମନ୍ତ୍ର ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି l ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଖେମଲୋଏ ଗ୍ରାମପଂଚାୟତ ସରପଞ୍ଚ ଯଶୋବନ୍ତ ପଣ୍ଡା ଯୋଗଦେଇ ଦୀପ ଲଗାଇ କାର୍ଯ୍ୟକ୍ରମ ଆରମ୍ଭ କରିବା ସଙ୍ଗେ ନିଜର ମତ ସାବ୍ୟସ୍ତ କରିଥିଲେ । ବର୍ତ୍ତମାନ୍ ସମାଜରେ ସଂସ୍କାରକୁ ସଶକ୍ତି କରିବାରେ ଆଚାର୍ଯ୍ୟ ଓ ଆଚାର୍ଯ୍ୟl ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଡକ୍ଟର ଅନିରୁଦ୍ଧ କୁରୁକୁରିଆ ନାରୀ ଓ ନାରୀତ୍ୱ ଶୀର୍ଷକରେ ନାରୀ ଜାତି ହିଁ ନିଜ ଜାତିର ଶତ୍ରୁ ଓ ସାରା ସଂସାରର ପ୍ରେରଣାଦାତ୍ରୀ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନନୀୟ ଅତିଥି ଭାବରେ ଯୋଗ ଦେଇ ଗୁରୁ ହୃଷୀକେଶ ଦେହେରୀ କହିଲେ ପ୍ରତିଦିନ ଯୋଗ କରିବା ଦ୍ୱାରା ମଣିଷର ପଞ୍ଚ କୋଷର ବିକାଶ ହେବା ସହ ମନରେ ପବିତ୍ର ଭାବନା ଜାଗ୍ରତ ହୋଇଥାଏ । ଏହି ଏକଳ୍ ଅଭିଯାନ ର କର୍ମକର୍ତ୍ତା ପ୍ରାଥମିକ ଶିକ୍ଷା ପ୍ରମୁଖ ଶଶିଭୂଷଣ ନାୟକ, ଉଲୁଣ୍ଡା ସଞ୍ଚ ପ୍ରମୁଖ ଦେବାର୍ଚ୍ଚନ ନାଏକ, ବୀଏମ ପୁର ସଞ୍ଚ ପ୍ରମୁଖ କାଳିଆ କଲତା ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରଶିକ୍ଷଣ ରେ ବୌଦ୍ଧିକ , ଶୈଶିଖ , ଶାରିରୀକ , ସଫେଇ , ଯୋଗ ଅଭ୍ୟାସ ପ୍ରତିଦିନ ଅନୁଷ୍ଠିତ ହୋଇଥାଏ ।ଶେଷରେ ସମ୍ବଲପୁର ଅଭିଜାନ ପ୍ରମୁଖ ପ୍ରଦୀପ କୁମାର ସ୍ବାଇଁ ଧନ୍ୟବାଦ ଅର୍ପଣ ଦେଇଥିଲେ ।
ସମାଜରେ ନାରୀଶକ୍ତି ହିଁ ବିକାଶର ମୂଳମନ୍ତ୍ର
