Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟା ଡାକ୍ତରଖାନାରେ ଅଂଶୁଘାତ ର ମୁକାବିଲା ପାଇଁ ସଚେତନତା କାର୍ଯ୍ୟକ୍ରମ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଡାକ୍ତରଖାନା ସଭା ଗୃହରେ ଅଂଶୁଘାତ ର ମୁକାବିଲା ପାଇଁ ଆଶାକର୍ମୀ ମାନଙ୍କର ଏକ ସ୍ଵତନ୍ତ୍ର ବୈଠକ ସହିତ ମାସିକ ବୈଠକ ସହିତ ଅଂଶୁଘାତ ର ମୁକାବିଲା ପାଇଁ ଏକ ସଚେତନତା ଶିବିର ଡାକ୍ତର ଲିପୁନ୍ କୁମାର ପ୍ରଧାନଙ୍କ ପୌରେହିତ୍ୟ ରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ମାତୃ ମୃତ୍ୟୁହାର ରୋକିବା ପାଇଁ ଦକ୍ଷ ସହାୟିକା ସହିତ ସ୍ବାସ୍ଥ୍ୟ ସୁବିଧା ଥିବା ସ୍ଥାନରେ ପ୍ରସବ କରାଇବା, ଶିଶୁ ଜନ୍ମ ପରେ ମାଁ ଓ ଶିଶୁକୁ ତୁରନ୍ତ ଉପଯୁକ୍ତ ସ୍ବାସ୍ଥ୍ୟ ଗତ ସୁବିଧା ପ୍ରଦାନ ସହିତ ଜନ୍ମର ଛଅ ସପ୍ତାହ ପର୍ଯ୍ୟନ୍ତ ଶିଶୁର ଯତ୍ନ ଏବଂ ବିଶେଷ କରି ଅଂଶୁଘାତ ଓ ତାର ମୁକାବିଲା ସଂପର୍କରେ ଆଲୋଚନା ହୋଇଥିଲା ।ଟାଣ ଖରାରେ ବାହରକୁ ଯାଉଥିଲେ ମୁଣ୍ଡରେ ଓଦା ଗାମୁଛା ଘୋଡାଇବା , ଛତା , କଳା ଚଷମା ଓ ଚପଲ ବ୍ୟବହାର କରିବା , ପ୍ରଚୁର ପରିମାଣରେ ପାଣି , ତୋରାଣି , ପଣା , ଘୋଳଦହି, ସର୍ବତ ଇତ୍ୟାଦି ପିଇବା, ହାଲିଆ ଲାଗିଲେ ଛାଇ ଓ ପବନ ଚଳାଚଳ ସ୍ଥାନ ଅବା ଗଛତଳେ ବିଶ୍ରାମ ନେବା, ଢିଲା ହାଲୁକା ରଙ୍ଗର ସୁତା କପଡା ପିନ୍ଧିବା ଆଦି ସଚେତନତା ବାର୍ତ୍ତା ଦିଆ ଯାଇଥିଲା। ଅଂଶୁଘାତର ପ୍ରତିରୋଧ ପାଇଁ ବୃଦ୍ଧ, ଅସୁସ୍ଥ ଲୋକ, ଶିଶୁ, ଗର୍ଭବତୀ ମହିଳା ଏବଂ ରକ୍ତଚାପ କିମ୍ବା ମଧୁମେହରେ ପୀଡିତ ବ୍ୟକ୍ତି ଟାଣ ଖରାରେ ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଏହି ଶିବିରରେ ଡ଼ାକ୍ତର ବିଶ୍ବନାଥ ରଥ, ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ସ୍ବର୍ଣ୍ଣ ପ୍ରଭା ଜୁଏଡ୍,ସେକ୍ଟର ସୁପରଭାଇଜର ଆଲୋକ ସେଠ୍ , ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ପ୍ରଜ୍ଞା ପାରମିତା ହୋତା , ସୌମିତ୍ରୀ ପଣ୍ଡା , ସିପୁନ୍ ରାଉଳ , ଯାଜ୍ଞସେନୀ ମେହେର , ସୁଜାତା ମହନ୍ତ , ମହିଳା ସ୍ବାସ୍ଥ୍ୟ କର୍ମୀ ପୂର୍ଣ୍ଣିମା ମେହେର , ସଂଯୁକ୍ତା ସାହୁ , ପ୍ରତିମା କୁଅଁର,ବିସ୍ମିତା ପାତ୍ର , ମୁକ୍ତା ପ୍ରଧାନ , ଦମୟନ୍ତୀ ପ୍ରଧାନ , ଯୋଗ ପ୍ରଶିକ୍ଷକ ଡ.ଦ୍ବିତୀକୃଷ୍ଣ ପଣ୍ଡା , ନୀହାରିକା ସାହୁ ଓ ସେକ୍ଟର୍‌ର ୬୦ରୁ ଅଧିକ ଆଶାକର୍ମୀ ଯୋଗଦାନ କରିଥିଲେ ।