ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଲେଜରେ ଗତ ଫେବୃଆରୀ ୧୮ ତାରିଖରୁ ଆରମ୍ଭ ହୋଇଥିବା +୨ ଥିଓରୀ ପରୀକ୍ଷା ସୂଚାରୁ ରୂପେ ସମ୍ପନ୍ନ ହୋଇଥିବା ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢୀ ପ୍ରକାଶ କରିଛନ୍ତି । ଚଳିତ ବର୍ଷ କଳାରେ ରେଗୁଲାର ଓ ଏକ୍ସ ରେଗୁଲାର ମିଶାଇ ୨୭୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ବିଜ୍ଞାନ ଓ ଧନ୍ଦାମୂଳକରେ ୩୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଇଂରାଜୀ ବିଭାଗର ପ୍ରଧ୍ୟାପିକା ଗୀତାଞ୍ଜଳୀ ପୂଜାରୀ ତତ୍ତ୍ୱାବଧାରକ ଓ ରସାୟନ ବିଜ୍ଞାନ ଅଧ୍ୟାପକ ଦୀପକ ଟପ୍ପୋ ସହ-ତତ୍ତ୍ୱାବଧାରକ ଭାବରେ ପରୀକ୍ଷା ପରିଚାଳନା କରିଥିଲେ ।
ବୀରମହାରାଜପୁର କଲେଜର ଯୁକ୍ତ ଦୁଇ ପରୀକ୍ଷା ସମ୍ପନ୍ନ
