ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦର ମାଁ ଉମାଦେବୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଅଧ୍ୟାପକ ତଥା ଯାଦୁଗର ଉଦ୍ଧବ ପଧାନଙ୍କୁ ପୁଣିଥରେ ଭୁବନେଶ୍ଵର ରେ ସମ୍ମାନିତ କରାଯାଇଛି I ଭାରତୀୟ ରେଡ୍କ୍ରସ ସୋସାଇଟି ପକ୍ଷରୁ ଭୁବନେଶ୍ୱର ର ନୀଳାଚଳ ପୋଲିଟେକ୍ନିକ ଠାରେ ଆୟୋଜିତ ହୋଇଥିବା ଆନ୍ତଃରାଜ୍ୟ ଜୁନିଅର ରେଡ଼କ୍ରସ ଶିକ୍ଷା ତଥା ତାଲିମ ଶିବିରରେ ଯାଦୁଗର ଶ୍ରୀ ପଧାନଙ୍କୁ ସମ୍ମାନିତ କରାଯାଇଛି। ଉତ୍ସବରେ ରାଜ୍ୟ ଶାଖା ଜୁନିଅର ରେଡ଼କ୍ରସ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ , ମଣିପୁରର ଜୁନିଅର ରେଡକ୍ରସ ରାଜ୍ୟ ସମ୍ପାଦକ ଅଥୋକପାମ୍ ନବଚନ୍ଦ୍ର ସିଂହ , ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷକ ଡ଼. ସତ୍ୟ ନାରାୟଣ ହୋତା ଏବଂ ଓଡିଶା ସମେତ ମଣିପୁର , ତାମିଲନାଡୁ , ଆନ୍ଧ୍ରପ୍ରଦେଶ , ଉତ୍ତରପ୍ରଦେଶ , ତେଲେଙ୍ଗାନା , ପଞ୍ଜାବ ରାଜ୍ୟ ରୁ ସର୍ବମୋଟ ୨୫୦ ଜଣ ଜୁନିଅର ସ୍ବେଚ୍ଛାସେବୀ ଓ କାଉନସେଲର ପ୍ରମୁଖ ଶ୍ରୀପ୍ରଧାନ ଙ୍କ ଚମତ୍କାର ଯାଦୁଖେଳକୁ ଉଚ୍ଚ ପ୍ରଶଂସା କରିଥିଲେ । ଶେଷରେ ଝାରସୁଗୁଡାର ଜୁନିଅର କାଉନସେଲର ଧନ୍ୟବାଦ ଅର୍ପଣ କରିଥିଲେ l
କାଦୋଦର କଲେଜ ଅଧ୍ୟାପକ ଜାଦୁଗର ଉଦ୍ଧବ ପଧାନ ସମ୍ମାନିତ
