ବୀରମହାରାଜପୁର ଓକିଲ ସଂଘ ନିର୍ବାଚନ ରେ ରାଧାକାନ୍ତ ମହାକୁର ସଭାପତି ଓ ଉମା ଶଙ୍କର ପଣ୍ଡା ସମ୍ପାଦକ ଭାବେ ନିର୍ବାଚିତ


ବୀରମହାରାଜପୁର : (ସୌମିତ୍ରି ମେହେର) ଓଡ଼ିଶା ରାଜ୍ୟ ବାର୍ କାଉନସିଲ ର ନିର୍ଦ୍ଦେଶ କ୍ରମେ ବୀରମହାରାଜପୁର ର ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ରାଧାକାନ୍ତ ମହାକୁର ସଭାପତି, ସନ୍ତୋଷ କୁମାର ଚାନ୍ଦ ଉପସଭାପତି, ଉମାଶଙ୍କର ପଣ୍ଡା ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିବା ଜଣାଯାଇଛି । ରାଧାକାନ୍ତ ମହାକୁର ଓ ସତ୍ୟବ୍ରତ ମିଶ୍ର ଙ୍କ ମଧ୍ୟରେ ସଭାପତି ପଦ ପାଇଁ ପ୍ରତିଦ୍ବନ୍ଦୀ ହୋଇଥିଲା । ଏଥିରେ ରାଧାକାନ୍ତ ମହାକୁର ୪୨ ଖଣ୍ଡ ଭୋଟ ପାଇଥିବା ବେଳେ ସତ୍ୟବ୍ରତ ମିଶ୍ର ୩୭ ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଥିଲେ । ଉପସଭାପତି ପଦ ପାଇଁ ସନ୍ତୋଷ କୁମାର ଚାନ୍ଦ ଓ ଶେଷଦେବ ବାରିକ ଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା । ଏଥିରେ ସନ୍ତୋଷ କୁମାର ଚାନ୍ଦ ୫୬ ଖଣ୍ଡ ଭୋଟ ପାଇଥିବା ବେଳେ ଶେଷଦେବ ବାରିକ ୨୨ ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଥିଲେ । ଗୋଟିଏ ଭୋଟ ନକାଜ୍ ହୋଇଯାଇଥିଲା । ସମ୍ପାଦକ ପଦ ପାଇଁ ଉମାଶଙ୍କର ପଣ୍ଡା ଓ ଭରତଲାଲ ଅଗ୍ରୱାଲା ଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା । ଏଥିରେ ଉମାଶଙ୍କର ପଣ୍ଡା ୪୩ ଖଣ୍ଡ ଭୋଟ ପାଇଥିବା ବେଳେ ଭରତଲାଲ ଅଗ୍ରୱାଲା ୩୪ ଭୋଟ ପାଇ ପରାସ୍ତ ହୋଇଥିଲେ । ୨ ଖଣ୍ଡ ଭୋଟ ନକାଜ ହୋଇଯାଇଥିଲା । ପୂର୍ବରୁ ଯୁଗ୍ମ ସମ୍ପାଦକ ଭାବରେ ବିଭୂତି ଭୂଷଣ ହୋତା , ସହ ସମ୍ପାଦକ ଭାବରେ ଶ୍ରୀମତୀ ସବିତା ପଣ୍ଡା, ଏକ୍ଜିକ୍ୟୁଟିଭ ବଡି ସଭ୍ୟ ଭାବରେ ରାଧାକାନ୍ତ ବାଘ , ଧର୍ମେନ୍ଦ୍ର ମେହେର ଓ ଚିତ୍ତରଞ୍ଜନ ମିଶ୍ର ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିଲେ। ଏହି ନିର୍ବାଚନରେ ନିର୍ବାଚନ ଅଧିକାରୀ ଭାବରେ ପ୍ରଦୀପ କୁମାର ରଥ , ସହକାରୀ ନିର୍ବାଚନ ଅଧିକାରୀ ଭାବରେ ଦିଲ୍ଲୀପ କୁମାର ପ୍ରଧାନ ଓ ଚିତ୍ତରଞ୍ଜନ ସେଠୀ କାର୍ଯ୍ୟ ସମ୍ପାଦନ କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।