ମାଟୁ ପାଲିରେ ରାଷ୍ଟ୍ରୀୟ ନବ ବର୍ଷ ପାଳିତ


ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମାଟୁପାଲି ବୀର ସୁରେନ୍ଦ୍ର ସାଏ ପ୍ରଭାତ ଶାଖା ତରଫରୁ ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ଗୌରୀକ ଧ୍ୱଜାକୁ ପୂଜାର୍ଚ୍ଚନା କରିବା ସହିତ ଗ୍ରାମ ପରିକ୍ରମା କରି ଘରେ ଘରେ ସଚେତନତା ରାଷ୍ଟ୍ରୀୟ ନବବର୍ଷ ପାଳନର ମହତ୍ୱକୁ କର୍ମକର୍ତ୍ତାମାନେ ବୁଝାଇଥିଲେ । ବିଜେପି ବୁଥ ସଭାପତି ନିରଞ୍ଜନ ମେଲ୍ଲୀ ଅତିଥି ଭାବେ ଯୋଗ ଦେଇ ରାଷ୍ଟ୍ରୀୟ ନୂଆ ବର୍ଷର ମହତ୍ୱକୁ ବୁଝାଇଥିଲେ । ଗଙ୍ଗାଧର ବାଘ , ଶୀତୁନ ଦେହେରି , ହୃଷିକେଶ ଭୁକ୍ତା , ଶାନ୍ତନୁ ମେଲ୍ଲୀ , ଉଦ୍ଧବ ମେଲ୍ଲୀ , ଅର୍ଜୁନ ମାଝୀ , ଲବ ମାଝୀ ଯୋଗଦାନ ଦେଇଥିବା ବେଳେ ଶମ୍ଭୁରାଜ କର୍ଣ୍ଣ ଧନ୍ୟବାଦ ଅର୍ପଣ ଦେଇଥିଲେ ।