Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ନାକଡେଇଁ ରେ ଏକଲ ଅଭିଯାନ ଅଭ୍ୟାସ ବର୍ଗର ସମାରୋପ କାର୍ଯ୍ୟକ୍ରମ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନାକଡେଇଁ ଗ୍ରାମରେ ” ଏକଲ୍ ଅଭିଯାନର ବାର୍ଷିକ ପ୍ରଶିକ୍ଷଣ ଅଭ୍ୟାସ ବର୍ଗ ” ଆଜି ସମାରୋପ ହୋଇଯାଇଛି। ସମ୍ବଲପୁର ଅଞ୍ଚଳର ଉଲୁଣ୍ଡା ସଂଚ , ବୀରମହାରାଜପୁର ସଂଚ ଦୁଇଟି ସଞ୍ଚକୁ ନେଇ ପ୍ରଶିକ୍ଷଣ କାର୍ଯକ୍ରମ ସମାରୋପ ହୋଇଯାଇଛି । ପ୍ରଶିକ୍ଷଣ ବିବରଣି ପାଠ କରୁଥିଲେ ଦେବାର୍ଚ୍ଚନ ନାୟକ, ମଞ୍ଚାସିନଙ୍କ ପରିଚୟ ପ୍ରଦାନ୍ କରିଥିଲେ । ସମ୍ବଲପୁର ଅଭିଯାନ ପ୍ରମୁଖ ପ୍ରଦୀପ କୁମାର ସ୍ବାଇଁ।ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଖେମଲୋଏ ଗ୍ରାମପଂଚାୟତ ସରପଞ୍ଚ ଯଶୋବନ୍ତ ପଣ୍ଡା ଦୀପ ଲଗାଇ ମତ ରଖିଥିଲେ ।ବର୍ତ୍ତମାନ୍ ସମାଜ ରେ ଗୁରୁକୁଳକୁ ଅନୁକରଣ କରି ଉତ୍ତମ ସଂସ୍କାର ମାଧ୍ୟମରେ ଶିକ୍ଷା ଦେବା ଆବଶ୍ୟକ ବୋଲି ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟlଙ୍କ ଆଗରେ ମତ ରଖିଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇ ଅନ୍ତର୍ଯ୍ୟାମୀ ସାହୁ ରାଷ୍ଟ୍ର ନିର୍ମାଣ ପାଇଁ ଆମ ସମସ୍ତଙ୍କର ଗୁରୁ ଦାୟିତ୍ଵ ଅଛି ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନନୀୟ ଅତିଥି ଯୋଗ ଗୁରୁ ହୃଷୀକେଶ ଦେହେରୀ ମତ ରଖିଲେ ବର୍ତ୍ତମାନ ସମାଜର ସୁସ୍ଥତା ପାଇଁ ଅଷ୍ଟାଙ୍ଗ ଯୋଗର ଆବଶ୍ୟକତା ରହିଛି । ଏହି ପ୍ରଶିକ୍ଷଣ ରେ ୪ଟି ବୌଦ୍ଧିକ, ୫୦ ଟି କଲାଂଶ ହୋଇଥିଲା । ଏହି ଏକଳ୍ ଅଭିଯାନ ର କର୍ମକର୍ତ୍ତା ପ୍ରାଥମିକ ଶିକ୍ଷା ପ୍ରମୁଖ ଶଶିଭୂଷଣ ନାୟକ , ଉଲୁଣ୍ଡା ସଞ୍ଚ ପ୍ରମୁଖ ଦେବାର୍ଚ୍ଚନ ନାଏକ, ବୀମ୍ ପୁର୍ ସଞ୍ଚ ପ୍ରମୁଖ କାଳିଆ କଲତା ଉପସ୍ଥିତ ଥିଲେ । ଏହି ପ୍ରଶିକ୍ଷଣ ରେ ସତସଙ୍ଗ , ବୌଦ୍ଧିକ, ଶୈଖିକ , ଶାରିରୀକ , ସଫେଇ , ଯୋଗ ଅଭ୍ୟାସ ପ୍ରତିଦିନ ଅନୁଷ୍ଠିତ ହୋଇଥାଏ । ଶେଷରେ ବିନାୟକ ବାଘ ଧନ୍ୟବାଦ ଦେଇଥିଲେ ।