କେନଝରିଆ ପାଲି ଯୋଗାଶ୍ରମ ମଠ ରେ ହିନ୍ଦୁ ନବ ବର୍ଷ ଓ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ବାର୍ଷିକ ଉତ୍ସବ ପାଳିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହରାଜପୁର ବ୍ଲକ କେନଝିରିଆପାଳି ଯୋଗାଶ୍ରମ ମଠ ଠାରେ ହିନ୍ଦୁ ନବବର୍ଷ ଓ ଦ୍ୱlଦଶ ଜ୍ୟୋତି ଲିଙ୍ଗ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l ମଠ ପରିସରରେ ରେ ଥିବା ଭୈରବୀ ମନ୍ଦିର , ହନୁମାନ ମନ୍ଦିର , ଜ୍ଞାନେଶ୍ଵ ର ଶିବ ମନ୍ଦିର ଓ ଶିବ ଆୟୁଧ ତ୍ରିଶୂଳ ଦମ୍ବୁରୁ ରେ ଫୁଲ ବେଳ ପତ୍ର ଦେଇ ପୂଜା କରାଯାଇ ଥିଲା I ମଠାଧୀଶ ଶ୍ରୀ ଶ୍ରୀ ଘୁଙ୍ଗାନାଦ ପୁରୀଜି ମହାରାଜ ବର୍ତ୍ତମାନ ଲୋକ ମାନେ ନିଜ ସଂସ୍କୃତି ସଭ୍ୟତା କୁ ଭୁଲି ଜାନୁୟାରୀ ପହିଲାକୁ ନବବର୍ଷ କୁ ପାଳନ ନ କରି ହିନ୍ଦୁ ନବବର୍ଷ କୁ ପାଳନ କରିବାକୁ କରିଥିଲେ l ଶତାଧିକ ଭକ୍ତ ଙ୍କ ଗ୍ରହଣ ରେ ହିନ୍ଦୁନବବର୍ଷ ଓ ଦ୍ୱlଦଶ ଜ୍ୟୋତି ଲିଙ୍ଗବାର୍ଷିକଉତ୍ସବ ସ୍ଥାପନ ଦିବସ ଉପଲକ୍ଷେ ଶିବ ସହସ୍ରନାମ ପୂଜନ ଓ କ୍ଷୀର ରେ ଅଭିଷେକ କରି ପୂଜାର୍ଚ୍ଚନା କରାଯାଇଥିଲା I ଏଥିରେ କର୍ତ୍ତା ଭାବରେ ସ୍ୱସ୍ତିକ ସୁରେଶ ରଣା , ଚନ୍ଦକାନ୍ତ ଦେହୁରୀ , ଶଙ୍କରସନ ପଧାନ , ଗୋବର୍ଧନ ପଧାନ , ସୂର୍ଯ୍ୟକାନ୍ତ ଦେହୁରୀ ପ୍ରମୁଖ କାର୍ଯ୍ୟ ସମ୍ପାଦନା କରିଥିବା ବେଳେ ପଣ୍ଡିତ ବନମାଳୀ ଚାନ୍ଦ ପୂଜକ ଭାବରେ ପୂଜା କରିଥିଲେ l ପ୍ରହଲ୍ଲାଦ ପାଣ୍ଡିଆ , ଶିବ ଶଙ୍କର ବଡ଼ମାଳି, ଗୁଣସାଗର କର୍ଣ, ଗଗନ ପାତ୍ର , ଶିବ ପଧାନ, ଜାତକ ପଧାନ , ତରଣୀସେନ ପଧାନ ପ୍ରମୁଖ ପ୍ରସାଦ ପ୍ରସ୍ତୁତି ଓ ବଣ୍ଟନ ରେ ସହଯୋଗ କରିଥିଲେ l ଶେଷରେ ହିନ୍ଦୁ ନବବର୍ଷକୁ ଓ ସନାତନ ଧର୍ମ କୁ ରକ୍ଷା କରି ଆଗକୁ ନେବା ପାଇଁ ସଂକଳ୍ପ କରିଥିଲେ l