ବୀରମହାରାଜପୁର ଯୋଗ ସମିତି ପକ୍ଷରୁ ଓଡିଶା ଦିବସ ପାଳିତ


ବୀରମହାରାଜପୁର : (ସୌମିତ୍ରି ମେହେର)
୧୯୩୬ ଅପ୍ରେଲ ୧ ତାରିଖ ଦିନ ଏକ ରାଜ୍ୟ ଭାବେ ନବଗଠିତ ହେବା ସ୍ମୃତିରେ ଅପ୍ରେଲ ମାସ ୧ ତାରିଖ ଦିନ ଓଡ଼ିଶା ଦିବସ ପାଳନ କରାଯାଇଥାଏ । ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ହେଉଛି ଭାରତରେ ପ୍ରଥମ ରାଜ୍ୟ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବା ପାଇଁ ମଧୁସୂଦନ ଦାସ , ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ , ନୀଳକଣ୍ଠ ଦାସ , ଗଙ୍ଗାଧର ମେହେର , ରାଧାନାଥ ରାୟ , ବାସୁଦେବ ସୁଢଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା । ଛଅଟି ଜିଲ୍ଲା କଟକ, ପୁରୀ, ବାଲେଶ୍ଵର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମ କୁ ନେଇ ଓଡ଼ିଶା ଗଠନ କରାଯାଇଥିଲା ବୋଲି ଓଡ଼ିଶା ଦିବସ ପାଳନ ତଥା ସୁବର୍ଣ୍ଣପୁର ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ଅବସରରେ ହୋଇଥିବା ସଭାରେ ମୁଖ୍ୟ ଆଲୋଚ୍ୟ ପ୍ରସଙ୍ଗ ଥିଲା । ମଙ୍ଗଳବାର ଯୋଗ ମଣ୍ଡପ ଠାରେ ଯୋଗ ସମିତି ଦ୍ବାରା ଆୟୋଜିତ ସଭାରେ ଯୋଗାଚାର୍ଯ୍ୟ ତ.ଦ୍ବିତୀକୃଷ୍ଣ ପଣ୍ଡା ସଭାପତିତ୍ବ କରିଥିବାବେଳେ ଯୋଗୀ ସନ୍ନ୍ୟାସୀ ଶତପଥୀ , ରାଜେଶ ପାଣିଗ୍ରାହୀ , ଜୟ କୁମାର ତ୍ରିପାଠୀ , ଯୁଗଳ କିଶୋର ମିଶ୍ର , ଶଙ୍କର ମେହେର , ଲବ ମେହେର , ହିମାଂଶୁ ସାହୁ , ଶମ୍ଭୁ ଭୂଷଣ ମେହେର , ସୁରେଶ ମେହେର , କୃଷ୍ଣଚନ୍ଦ୍ର ମହାକୁର , ରାଧାକାନ୍ତ ବାଘ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।