Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦ କେରଳ ଷ୍ଟୋରୀ; ୟୁପିରେ ଟ୍ୟାକ୍ସ ଫ୍ରି, ପଶ୍ଚିମବଙ୍ଗରେ ବ୍ୟାନ୍‌

ନୂଆଦିଲ୍ଲୀ: ଫିଲ୍ମ ‘ଦ କେରଳ ଷ୍ଟୋରୀ’କୁ ନେଇ ବିବାଦ ଥମିବାର ନାଁ ଧରୁନି। ଫିଲ୍ମକୁ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ଏହାକୁ କେତେକ ରାଜ୍ୟରେ ବ୍ୟାନ୍‌ କରାଯାଇଥିବାବେଳେ କେତେକ ସ୍ଥାନରେ ଏହାକୁ ଟିକସମୁକ୍ତ କରିବାକୁ ଦାବି କରାଯାଉଛି।

ତେବେ ସୂଚନା ଅନୁଯାୟୀ ଉତ୍ତରପ୍ରଦେଶ ସରକାର ଫିଲ୍ମ ‘ଦ କେରଳ ଷ୍ଟୋରୀ’କୁ ଟିକସମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରପ୍ରଦେଶ ସରକାର ସିଏମ୍ ଯୋଗୀ ଆଦିତ୍ୟନାଥ ନିଜେ ଟ୍ୱିଟ୍ କରି ଫିଲ୍ମ ଟ୍ୟାକ୍ସ ଫ୍ରି କରିବା ବିଷୟରେ କହିଛନ୍ତି। ସିଏମ୍ ତାଙ୍କ ସମ୍ପୂର୍ଣ୍ଣ କ୍ୟାବିନେଟ୍ ସହିତ ମଙ୍ଗଳବାର ରେ ଏକ ସ୍ୱତନ୍ତ୍ର ସ୍କ୍ରିନିଂରେ ଫିଲ୍ମ ଦେଖିବେ ବୋଲି ଜଣାପଡ଼ିଛି। ଏହାପୂର୍ବରୁ ଏହି ଚଳଚ୍ଚିତ୍ର ମଧ୍ୟପ୍ରଦେଶରେ ଟିକସମୁକ୍ତ କରାଯାଇଥିଲା। ଏଥି ସହ ଗତକାଲି ପଶ୍ଚିମବଙ୍ଗ ସିଏମ ମମତା ବାନାର୍ଜୀ ରାଜ୍ୟରେ ଏହି ଫିଲ୍ମ ରିଲିଜକୁ ବ୍ୟାନ୍‌ କରିଛନ୍ତି।

ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଫିଲ୍ମ ବିବାଦ ଘେରରେ ଛନ୍ଦି ହୋଇପଡ଼ିଛି। ତେବେ ସମସ୍ତ ବିବାଦ ମଧ୍ୟରେ ବି ଅନେକ ରାଜ୍ୟ ଏହାକୁ ଗ୍ରୀନ୍‌ ସିଗ୍‌ନାଲ ଦେଇଛନ୍ତି। ଏହାପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ଚଳଚ୍ଚିତ୍ରକୁ ରାଜ୍ୟରେ ଟ୍ୟାକ୍ସ ଫ୍ରି କରିବାକୁ ଘୋଷଣା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ